ବିଞ୍ଝାରପୁରରେ ବର୍ଷାରେ ଭିଜି ଲୋକଙ୍କ ସହ ମିଶିଲେ 5T ସଚିବ

1 min read

ବିଞ୍ଝାରପୁର: ଯାଜପୁର ଧର୍ମଶାଳା ନିର୍ବାଚନମଣ୍ଡଳୀ ପରେ ବିଞ୍ଝାରପୁର ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ପ୍ରଥମେ ବରୁଣେଶ୍ବର ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି 5T ସଚିବ । ବେଢା ପରିକ୍ରମା ପରେ ମନ୍ଦିରର ଉନ୍ନତିକରଣ ନେଇ ସେବାୟତମାନଙ୍କ ସହ ଆଲୋଚନା କରିଛନ୍ତି । ଅତିଶୀଘ୍ର ମନ୍ଦିରର ବିକାଶ କରାଯିବ ବୋଲି କହିଛନ୍ତି 5T ସଚିବ । ପରେ ମନ୍ଦିର ପଡିଆରେ ବିରାଟ ଜନ ସମାବେଶରେ ଯୋଗଦେଇଥିଲେ ଭିକେ ପାଣ୍ଡିଆନ୍।

ବର୍ଷାରେ ଭିଜି ଭିଜି ଲୋକଙ୍କ ସହ ମିଶିଛନ୍ତି ଭିକେ ପାଣ୍ଡିଆନ୍ । ବର୍ଷା ହେବାରୁ ଖୁସି ଲାଗୁଛି । ଭଗବାନଙ୍କ ଆର୍ଶୀବାଦରେ ଏମିତି ବର୍ଷା ହେଉ । ଆପଣଙ୍କ ମାନଙ୍କ ଭଲପାଇବା ଯୋଗୁ ମୁଁ ଓଦା ହୋଇଗଲି ବୋଲି କହିଛନ୍ତି 5T ସଚିବ। ଯାଜପୁର ଜିଲ୍ଲାର ସବୁ ସ୍କୁଲ ଓ କଲେଜ 5T ରେ ସାମିଲ ହୋଇଛି । ବରୁଣେଶ୍ବର କଲେଜକୁ ଗତକାଲି ମୁଖ୍ୟମନ୍ତ୍ରୀ 5Tରେ ସାମିଲ କରିଛନ୍ତି  । ଆପଣଙ୍କ ପିଲା ମାନଙ୍କ ସ୍ବପ୍ନ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି  । 5T ରୂପାନ୍ତରଣ ଏକ ଆନ୍ଦୋଳନରେ ପରିଣତ ହୋଇଥିବା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ପରେ ଲୋକଙ୍କ ଠାରୁ ଦୁଇ ଶହରୁ ଅଧିକ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି 5T ସଚିବ  ।

ମନ୍ଦିରଧର୍ମାନୁଷ୍ଠାନକୁ ନେଇ ଥିବା ଅଭିଯୋଗକୁ ନେଇ ୭ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ପାଇବେ ବୋଲି କହିଛନ୍ତି 5T ସଚିବ । ପିଇବା ପାଣି ପାଇଁ ଥିବା ସମସ୍ୟାର ଶୀଘ୍ର ସମାଧାନ କରାଯିବ । ସବୁ କାମ ଗୁଡିକ ସ୍ବଚ୍ଛତାର ସହ କରିବା ପାଇଁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ପାନୀୟ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୧୫ କୋଟି ମଞ୍ଜୁର କରିଥିବା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍  ।