ଭୋରରୁ ରୂପାନ୍ତରଣ ସମୀକ୍ଷା, ଖୋର୍ଦ୍ଧା ବରୁଣେଇ ପୀଠରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ଖୋର୍ଦ୍ଧା: ସୂର୍ଯ୍ୟ ଉଦୟ ହେବା ଆଗରୁ ଓଡ଼ିଶା ସମୃଦ୍ଧିର ସମୀକ୍ଷା। ଭୋରରୁ ଗ୍ରାଉଣ୍ଡରେ ପହଞ୍ଚି ବିକାଶର ଅନିୁଧ୍ଯାନ କଲେ ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ। ଭୋର ସାଢେ ୫ଟାରେ ଖୋର୍ଦ୍ଧାର ମାଆ ବରୁଣେଇ ମନ୍ଦିରରେ ପହଞ୍ଚିଥିଲେ ଫାଇଭ-ଟି ଅଧ୍ଯକ୍ଷ। ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଥିଲେ। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ ବରିଷ୍ଠ ଅଧିକାରୀ ଏବଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିଥିଲେ।

ଭକ୍ତଙ୍କୁ ସର୍ବୋତ୍ତମ ସେବା ଯୋଗାଇ ଦେବା ସହ ମନ୍ଦିରର ଉନ୍ନତିକରଣ ପାଇଁ ଟିକିନିଖି ଭାବେ ଅନୁଧ୍ଯାନ କରିଛନ୍ତି ପାଣ୍ଡିଆନ। ମନ୍ଦିର ଚାରିପାଖ ବୁଲି ଦେଖିବା ସହ କିଭଳି ଉନ୍ନତିକରଣ କାର୍ଯ୍ୟ କରାଯାଉଛି ସେନେଇ ସମୀକ୍ଷା କରିଥିଲେ। ପୀଠରେ ଥିବା ସୀତା କୁଣ୍ଡ, ବରୁଣେଇ ପାହାଡ଼ ଶିଖରକୁ ଯିବା ପାଇଁ ରାସ୍ତା, ରୋପୱେ ଇତ୍ୟାଦି କାର୍ଯ୍ୟର ଅନୁଧ୍ଯାନ କରିଥିଲେ।

ମନ୍ଦିରର ରୂପାନ୍ତରଣ ପାଇଁ ମୁଖ୍ଯମନ୍ତ୍ରୀ ଅନୁମୋଦନ କରିଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଗୁଣାବତ୍ତାକୁ ଆଧାର କରି କାମ ସାରିବାକୁ ଫାଇଭ-ଟି ଅଧ୍ଯକ୍ଷ ନିର୍ଦ୍ଦେଶ ଦେଇଥିଲେ। ଫାଇଭ-ଟି ଅଧ୍ଯକ୍ଷଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଓ ଅନ୍ଯ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ ।