ବ୍ରହ୍ମପୁର ଆମ୍ବପୁଆରେ ସଫଳତାର ଟିପ୍ସ ଦେଲେ 5T ଅଧ୍ୟକ୍ଷ

1 min read

ବ୍ରହ୍ମପୁର :  କଠିନ ପରିଶ୍ରମ ହିଁ ସଫଳତାର ଏକାମାତ୍ର ମାଧ୍ୟମ । ୫ ବର୍ଷ ପରିଶ୍ରମ କଲେ ୫୦ ର୍ବଷ ଖୁସିରେ କଟିବ ଜୀବନ । ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଗଞ୍ଜାମ ତାଙ୍କ ପ୍ରିୟ ଜିଲ୍ଲା ବୋଲି ସେ କହିଛନ୍ତି । ଜୀବନରେ ସଫଳ ହେବାକୁ ହେଲେ ୬ଟି ଦିଗ ପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦୋଇଛନ୍ତି । ଠାକୁର ଆମକୁ ସୁସ୍ଥ ଶରୀର ଉପହାର ଦେଇଛନ୍ତି। ଫିଜିକାଲ ଫିଟନେସ ପାଇଁ ଅଧଘଣ୍ଟା ବ୍ୟାୟାମ କରିବା ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପରାର୍ମଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ନିଜ ବୁଦ୍ଧିକୁ ଶାନ୍ତିରେ ଉପଯୋଗ କଲେ ନିଶ୍ଚିତ ସଫଳତା ମିଳିବ ବୋଲି ସେ କହିଛନ୍ତି । ସେହିଭଳି ୧୫ ମିନିଟ ଯୋଗ କଲେ ଆପଣଙ୍କ ଏକାଗ୍ରତା ବଢିବ ବୋଲି ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗ ଦେଖାଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଦିନକୁ ୧୪ ଘଣ୍ଟା କଠିନ ପରିଶ୍ରମ କଲେ ନିଶ୍ଚିତ ରୂପେ ସଫଳତା ପାଦ ଚୁମିବ ବୋଲି ସେ କହିଛନ୍ତି । ସେ ଏହାର ଉଦାହରଣ ଦେବାକୁ ଯାଇ କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁଲକରଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ବ କପ ହକି ବେଳେ ଅତିଥିଭାବେ ଓଡ଼ିଶା ଆସିଥିବା ବେଳ ସଚିନ ତେନ୍ଦୁଲକରଙ୍କ ସହ ଆଲୋଚନା କରିବାକୁ ତାଙ୍କୁ ସୁଯୋଗ ମିଳିଥିଲା । ଏହି ସମୟରେ ସଫଳତା ପାଇଁ ଜୀବନରେ କଣ କରିବାକୁ ପଡିବ ବୋଲି ପଚାରିଥିବା ପ୍ରଶ୍ନର ଅତି ସରଳ ଉତ୍ତର ରଖିଥିଲ ସଚିନ । ସଫଳତା ପାଇଁ କଠିନ ପରିଶ୍ରମ ହିଁ ଏକ ମାତ୍ର ମାଧ୍ୟମ ସେ କହିଥିଲେ । ତେବେ ସୋସିଆଲ ମିଡ଼ିଆକୁ ଉପଯୁକ୍ତ କାର୍ଯ୍ୟରେ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସେହିଭଳି ବାପା, ମଆ ଓ ଗୁରୁଙ୍କୁ ସମ୍ମାନ ଜଣାଇବାକୁ ପାଣ୍ଡିଆନ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସରକାରୀ ସ୍କୁଲରେ ବି ପାଠ ପଢି ଅନେକ ବ୍ୟକ୍ତି ସଫଳତା ସଡ଼ି ଚଢିପାରୁଥିବା କହିଛନ୍ତି କାର୍ତ୍ତିକ ପାଣ୍ଡିଆନ । ଗଞ୍ଜାମର ପାଞ୍ଚ ଜଣ ସଫଳ ବ୍ୟକ୍ତିଙ୍କ ଉଦାହାରଣ ଦେଇଛନ୍ତି । ବ୍ରହ୍ମପୁର ୟୁନିଭରସିଟରେ ପାଠ ପଢି ଓ୍ବାଲ୍ହ ଟପ ମୋଷ୍ଟ ମଲଟି ନ୍ୟାସନାଲ କମ୍ପାନୀର ସିଇଓ ଅଛନ୍ତି ରବି କୁମାର । ସେହିଭଳି କୈଳାଶା ଚନ୍ଦ୍ର ସାହୁ ବରହ୍ମପୁର ୟୁନିଭରସିଟରେ ପାଠ ପଢି ନାସାରେ ଇଞ୍ଜିନିୟର ଅଛନ୍ତି ।

ପଦ୍ମ ପୁରସ୍କାର ପାଇଥିବା କୋଟା ହରି ନାରାୟଣା ସିଟି ହାଇସ୍କୁଲରେ ପାଠ ପଢିଛନ୍ତି । ତାଙ୍କର ତେଜସ ର୍ନିମାଣ ପ୍ରମୁଖ ଭୂମିକା ରହିଛି । କମଲ ଓ୍ବେଲ୍ଥ ଗୋଲ୍ଡ ମେଡାଲିଷ୍ଟ ରବି କୁମାର ମଧ୍ୟ ସରକାରୀ ସ୍କୁଲରେ ଶିକ୍ଷା ଲାଭ କରି ଏବେ ଡିଏସପି ଅଛନ୍ତି । ପ୍ରତିର୍ବଷ ନୂଆ ଓ ର୍କାଯ୍ୟକ୍ରମ ଚାଲୁ ରଖିବାକୁ ମିଖୁମନ୍ତ୍ରୀଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।