ମନ୍ଦିର ରୂପାନ୍ତରିକରଣ ପାଇଁ କିଛି ଲୋକଙ୍କ ନିଦ ହଜିଯାଇଛି: 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ଭଦ୍ରକ: ଭଦ୍ରକରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ଖୁବଶୀଘ୍ର ଜନସାଧାରଣଙ୍କ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ଭଦ୍ରକର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅସୁରାଳିରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ସମୟରେ ସେ ଜନସାଧାରଣଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏକ ସଭାରେ ଜନତାଙ୍କୁ ସମ୍ବୋଧନ କରିବା ସହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି ଯେ, ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ।

ପ୍ରତ୍ୟେକ ପଞ୍ଚାୟତର ମନ୍ଦିର ଗୁଡିକର ରୂପାନ୍ତରିକରଣ କାର୍ଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ମୋଟା ଅଙ୍କର ଅର୍ଥ ମଧ୍ୟ ମଞ୍ଜୁର କରାଯାଇଛି। ଏସବୁ ଦେଖିକି କିଛି ଲୋକଙ୍କ ନିଦ ଭାଙ୍ଗି ଯାଇଛି । ସରକାର ଏତେ ଶୀଘ୍ର କେମିତି ରାଜ୍ୟରେ ଥିବା ମନ୍ଦିର ଗୁଡିକର ଉନ୍ନତିକରଣ କରିପାରୁଛନ୍ତି, ସେସବୁ ଭାବି ଭାବି କିଛି ଲୋକ ଠିକ୍ ସେ ଶୋଇପାରୁନଥିବେ। କେମିତି ନା କେମିତି ରୂପାନ୍ତରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର। ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି।

ଆପଣ ମାନଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ ଯେଉଁ କାମ ହାତକୁ ନେଇଛନ୍ତି, ସୁରୁଖୁରୁରେ ସବୁ କାମ ସଫଳ ହେଉଛି। ଧାର୍ମିକ ସ୍ଥଳ ଗୁଡିକର ସୌନ୍ଦର୍ଯ୍ୟକରଣ  କରାଯାଇପାରୁଛି।  କେହି ବି ବିକାଶ ରଥକୁ ଅଟକାଇବାକୁ ଚେଷ୍ଟା କଲେ ସେମାନଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ଅଧିକ ପଢନ୍ତୁ:- ଅସୁରାଳିରେ ବିରୋଧୀଙ୍କୁ 5T ଅଧ୍ୟକ୍ଷଙ୍କ ଟାର୍ଗେଟ୍; କହିଲେ- ଧାମନଗର ନିର୍ବାଚନ ପରେ ନେତାଙ୍କ ଦେଖାମିଳୁନି