spot_img

Latest Posts

ଭୁବନେଶ୍ବର କପିଳେଶ୍ବର ମନ୍ଦିରର ବିକାଶର ଅନୁଧ୍ଯାନ କଲେ 5T ଅଧ୍ଯକ୍ଷ

ଭୁବନେଶ୍ବର: ଭୋରରୁ ରୂପାନ୍ତରଣ ସମୀକ୍ଷା। ମାଆ ବରୁଣେଇ ମନ୍ଦିରରେ ରୂପାନ୍ତରଣ ସମୀକ୍ଷା ପରେ ଭୁବନେଶ୍ବର କପିଳେଶ୍ବର ମନ୍ଦିରରେ ପହଞ୍ଚିଥିଲେ କାର୍ତ୍ତିକ ପାଣ୍ଡିଆନ। ସକାଳ ୬ଟା ୨୦ରେ  ମନ୍ଦିରରେ ପହଞ୍ଚି ବାବାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ମନ୍ଦିରର ନବକଳେବର ନେଇ ଆଲୋଚନା କରିଥିଲେ । ବେଢା ପରିକ୍ରମା କରି କଣ ଆବଶ୍ଯକତା ରହିଛି ସେନେଇ ନିଜେ ଅନୁଧ୍ଯାନ କରିଥିଲେ। ମନ୍ଦିର ଚାରିପାଖେ ଚାଲିଚାଲି ପ୍ରତି ସମସ୍ଯାକୁ ବୁଲି ଦେଖିଥିଲେ । ରୂପାନ୍ତରଣରେ ଭକ୍ତଙ୍କ ସୁବିଧା ଓ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଐତିହ୍ଯ ଓ ସଂସ୍କୃତିର ସୁରକ୍ଷାକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ନିକଟସ୍ଥ ପୁଷ୍କରିଣୀର ବିକାଶ ସହ ସାମଗ୍ରିକ ଉନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ।

ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କର ଅଭିଯୋଗ ଶୁଣିବା ସହ ସେହିଠାରେ ହିଁ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ 5T ଅଧ୍ଯକ୍ଷ। ମନ୍ଦିରରେ ନୀତିକାନ୍ତି କିପରି ସୁରୁଖୁରୁରେ ହେବ ଏବଂ ଏଥିପାଇଁ କିପରି ଅର୍ଥର ଅଭାବ ରହିବନାହିଁ ସେନେଇ ବ୍ଯବସ୍ଥା ହେବ। ଆସନ୍ତା ୫୦ ବର୍ଷ ପାଇଁ ଯେପରି କୌଣସି ଅଭାବ ରହିବନି ସେନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ। ସରକାର ଉପରେ ନିର୍ଭର ନକରି ମନ୍ଦିର ଉତ୍ସରୁ ଅର୍ଥ ସଂଗ୍ରହ ପାଇଁ ଚାରିପାଖର ଉନ୍ନତିକରଣ କରାଯିବ। ଦୋକାନ ଗୃହ ଆଦି ନିର୍ମାଣ କରାଯାଇ ସେହି ଅର୍ଥରୁ ହିଁ ମନ୍ଦିରର ଆବଶ୍ଯକତା ପୂରଣ କରାଯିବ। ରାଜ୍ଯର ବିଭିନ୍ନ ସ୍ଥାନରେ ଠାକୁରଙ୍କର ଜମି ରହିଥିବାବେଳେ ଏହାକୁ ମନ୍ଦିର ଅଧୀନକୁ ଆଣିବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ। ପାଣ୍ଡିଆନଙ୍କ ସମୀକ୍ଷା ସମୟରେ କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ ଉପଜିଲ୍ଲାପାଳ, ସ୍ଥାନୀୟ କର୍ପୋରେଟର ଓ ଅନ୍ଯ ଅଧିକାରୀ ଉପସ୍ଥିତ ଥିଲେ ।

Latest Posts

Don't Miss