spot_img

Latest Posts

ସୋରଡାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, କହିଲେ- ନବୀନଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି

ସୋରଡା: ସୋରଡା ଗସ୍ତରେ 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସେଠାରେ 5T ଅଧ୍ୟକ୍ଷଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଏହି ଅବସରରେ ସେ ଜନସଭାକୁ ସମ୍ବୋଧିତ କରିବା ସହ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ଦେଖି ବିରୋଧୀଙ୍କ ନିଦ ହଜିଗଲାଣି । ସେମାନେ କେବଳ ଅପପ୍ରଚାରରେ ମାତିଛନ୍ତି । ମିଶନ ଶକ୍ତି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ଖାଲି ଏତିକି ନୁହେଁ ମିଶନ ଶକ୍ତି ମା’ ମାନଙ୍କୁ ହଇରାଣ କରିବା ବିରୋଧୀଙ୍କ ଲକ୍ଷ୍ୟ ପାଲଟିଗଲାଣି ବୋଲି ପ୍ରକାଶ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।

ତେଣୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏସଏଚଜି ମହିଳାଙ୍କ ଦୁବାଇ ଗସ୍ତକୁ ଚକ୍ରାନ୍ତ କରି ବନ୍ଦ କଲେ । ଏବେ ମିଶନ ଶକ୍ତିକୁ ବନ୍ଦ କରିବାକୁ ଷଡଯନ୍ତ୍ର କରୁଛନ୍ତି । ସୋରାଡାବାସୀ ଏହାର ମୁହଁତୋଡ ଜବାବ ଦେବାକୁ ଅପିଲ କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଆସିକା ସାଂସଦ ପ୍ରାର୍ଥୀ ରଂଜିତା ସାହୁ ଓ ସୋରଡା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ବାଇଁଙ୍କ ଭଳି ଦୁଇ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଆଶୀର୍ବାଦ କରିଛନ୍ତି । ସୋରଡାବାସୀ ବି ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ସୋରଡାରେ ଶାନ୍ତି ରହିବ ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଅନ୍ୟ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତେ ଜାଣନ୍ତି । ସେମାନେ ନିର୍ବାଚିତ ହେଲେ ମହିଳାଙ୍କୁ ଓ ସାଧାରଣ ଗରିବ ଲୋକଙ୍କୁ ହଇରାଣ କରିବେ । ଲୋକଙ୍କୁ ଦୁର୍ବ୍ୟବହାର କରିବେ । ସୋରଡାରେ ଶାନ୍ତି ରହିବ ନାହିଁ । ଏଥିସହିତ କାର୍ତ୍ତିକ ପାଣ୍ଡିଆନ ଲୋକଙ୍କ ଆବେଦନ ପତ୍ର ଉପରେ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପର ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଦିନ ମଜୁରିଆଙ୍କ ମଜୁରୀ ୩୫୦ ଟଙ୍କାରୁ ୪୫୦ଟଙ୍କାକୁ ବୃଦ୍ଧି କଲେ । ଦେଶର କୌଣସି ଡବଲ ଇଂଜିନ ସରକାର ଏକକାଳୀନ ଦୈନିକ ମଜୁରୀ ଶହେ ଟଙ୍କା ବଢାଇନାହାଁନ୍ତି । ଏ ସରକାର ମାଆ ମାନଙ୍କ ସରକାର, ଚାଷୀ ଓ ଯୁବକଙ୍କ ସରକାର । ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ସବୁବେଳେ ଚେଷ୍ଟା କରୁଛନ୍ତି । ତେଣୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ସେ ଅପିଲ କରିଛନ୍ତି ।

Latest Posts

Don't Miss