spot_img

Latest Posts

ଆଖଣ୍ଡଳମଣି ପୀଠରେ କାର୍ତ୍ତିକ ପାଣ୍ଡିଆନ, ବାବାଙ୍କ ଆଶିଷ ନେବା ସହ ଲୋକଙ୍କ ସମସ୍ୟା ବୁଝିଲେ

ଆରଡି: ଆରଡି ଆଖଣ୍ଡଳମଣି ପୀଠରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବାବାଙ୍କୁ ଦର୍ଶନ କରି ଆଶିଷ ନେବା ସହ ଉନ୍ନତିମୂଳକ କାର୍ଯ୍ୟରେ ସମୀକ୍ଷା କରିଛନ୍ତି। ଖୁବଶୀଘ୍ର ବଦଳିବ ବାବା ଆଖଣ୍ଡଳମଣି ପୀଠର ରୂପରେଖ। ଆରଡି ପୀଠରେ ପ୍ରଥମେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ। ପରେ ମାଷ୍ଟର ପ୍ଲାନକୁ ଦେଖିବା ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ।ୟ

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ। ଲୋକଙ୍କ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଯେଉଁ ସବୁ ଅଭିଯୋଗ ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଏଥିସହିତ ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ଯୋଜନା ଖୁବଶୀଘ୍ର ଆସିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ । ଆସନ୍ତା ଫେବ୍ରୁଆରୀ ମାସ ସୁଦ୍ଧା ଭଦ୍ରକରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ।

ଦାନକଣିଆ ଘାଟରୁ ଆରଡି ରାସ୍ତାର ସେତୁ ପାଇଁ ୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ପାଞ୍ଚଟିକିରି ଘାଟରୁ ନଦୀ ଉପରେ ସେତୁ ନିର୍ମାଣ ପାଇଁ ୫୦ କୋଟି ମଞ୍ଜୁର କରିଛନ୍ତି । ଚାନ୍ଦବାଲି ଟାଉନରେ ପାଇପ ୱାଟର ସପ୍ଲାଏ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ସେହିପରି ଧାମନଗରରେ ମତ୍ସ୍ୟଜୀବୀଙ୍କ ପାଇଁ  ୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାଆ ଧାମରାଇ ମନ୍ଦିରର ଉନ୍ନତି ପାଇଁ କୋଟିଏ ଟଙ୍କା ଏବଂ ପାଟମଙ୍ଗଳାର ଉନ୍ନତିକରଣ ପାଇଁ କୋଟିଏ ଟଙ୍କା ମଞ୍ଜୁର ହୋଇଛି । ପ୍ରତି କଲେଜ ପାଇଁ  ୬ କୋଟି ଟଙ୍କା ମଞ୍ଜୁର ହୋଇଛି। ମନ୍ଦିର, ମସଜିଦ, କମ୍ୟୁନିଟି ସେଣ୍ଟର ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୫ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ପୀଠ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହ ଚାଲିଛି ଉନ୍ନତିମୂଳକ କାର୍ଯ୍ଯ। ବାବା ଆଖଣ୍ଡଳମଣି ମନ୍ଦିରର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଯେଉଁ ସବୁ ଦାବି ପତ୍ର ଆସିଛି, ସପ୍ତାହକ ମଧ୍ୟରେ ସେସବୁର ସମାଧାନ ହେବ । ଗ୍ରାମାଞ୍ଚଳରେ ଥିବା ସମସ୍ତ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ

Latest Posts

Don't Miss