ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ପୁରୀ: ପୁରୀରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଶ୍ରୀମନ୍ଦିର ଯାଇ କଲେ ଶ୍ରୀଜିଉଙ୍କ ଦର୍ଶନ । ଏହାପରେ ପରିକ୍ରମା ମାର୍ଗ କାର୍ଯ୍ୟର କଲେ ସମୀକ୍ଷା ।

ଶ୍ରୀଜଗନ୍ନାଥ ବଲ୍ଲଭ କମ୍ପ୍ଲେକ୍ସଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣକୁ ସଂଯୋଗ କରୁଥିବା ନୂତନ ରାସ୍ତା ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେହିପରି ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି ହୋଇଛି ତାହାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଶୀଘ୍ର ରାସ୍ତା କାମ ଶେଷ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ ।

ବଡ଼ଦାଣ୍ଡରେ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ହେବାକୁ ଥିବା ଶୀତତାପ ସେଡେଡ଼ ଚଲାପଥ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା ମଧ୍ୟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ । ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ରହି 5ଟି ଅଧ୍ୟକ୍ଷଙ୍କୁ କାର୍ଯ୍ୟ ସମ୍ପର୍କରେ  ଅବଗତ କରାଇଥିଲେ ।