ସମ୍ବଲପୁରରେ ବିରୋଧୀଙ୍କୁ 5T ଅଧ୍ୟକ୍ଷଙ୍କ ତେରଛା ବାଣ; କହିଲେ- ନିର୍ବାଚନ ଆସିଲେ ଦେଖାଦିଅନ୍ତି ବିରୋଧୀ

1 min read

ରେଙ୍ଗାଲି: ସମ୍ବଲପୁରରେ ବିରୋଧୀଙ୍କୁ ତେରଛା ବାଣ ମାରିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବରେଇପାଲି ସାଧାରଣ ସଭାରେ ଯୋଗ ଦେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି ଯେ, ବହୁତ ନେତା ଆସୁଛନ୍ତି, ଯିଏ ଆସିକି ବଡ଼ ବଡ଼ ଭାଷଣ ଦେଇକି ଆପଣମାନଙ୍କ ସାଙ୍ଗରେ କଥା ହୋଇକି ପଳାଇବେ। ତାପରେ ନିର୍ବାଚନ ଆସିଲେ ଦେଖାହେବେ। କିନ୍ତୁ ଅନ୍ୟ ଲୋକଙ୍କ ଭଳି ଆମେ ନାହୁଁ। ମୁଖ୍ୟମନ୍ତ୍ରୀ ଆମ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ। ଲୋକଙ୍କର ଅସୁବିଧା ଦୂର କରିବା ପାଇଁ। ଲୋକଙ୍କ ସମସ୍ୟାର ସମାଧାନ କରି ଲୋକଙ୍କ ପାଖକୁ ଯାଇ ହିସାବ ଦେବା ପାଇଁ। ମୁଖ୍ୟମନ୍ତ୍ରୀ ସବୁବେଳେ ଏହା ଉପରେ ବିଶ୍ବାସ କରନ୍ତି।

ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀ ସବୁବେଳେ ହିସାବ ଦିଅନ୍ତି, ସେଥିଲାଗି ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ବାସ ରଖିଛନ୍ତି। ସମ୍ବଲପୁର ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ମୋଟ ୨୯୦୦ ଦରଖାସ୍ତ ମିଳିଥିଲା। ୨୬୦୦ ଦରଖାସ୍ତର ସମାଧାନ ହୋଇପାରିଛି। ଜିଲ୍ଲାକୁ ୭ ମାସ ମଧ୍ୟରେ ୩୨୫ କୋଟି ଅନୁମୋଦନ ମିଳିଛି। ୨୦୧୪ ବର୍ଷରୁ ୨୦୧୯ ମଧ୍ୟରେ ସମ୍ବଲପୁର ପାଇଁ ସବୁଠାରୁ ଅଧିକ ଟଙ୍କା ମଂଜୁର ହୋଇଛି। ସମ୍ବଲପୁରକୁ ଗତ ଜୁଲାଇ ୧୫ ତାରିଖରେ ଆସିଥିଲେ। ଏହା ମଧ୍ୟରେ ମୋଟ ୬୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। କଥାରେ ନୁହେଁ କାମରେ ମୁଖ୍ୟମନ୍ତ୍ରୀ ବିଶ୍ବାସ କରନ୍ତି ବୋଲି କହିଛନ୍ତି 5T ଅଧ୍ୟକ୍ଷ।

ସମ୍ବଲପୁରରୁ ୮୪୦ ଦରଖାସ୍ତ ମଧ୍ୟରୁ ୭୫୦ ଦରଖାସ୍ତର ସମଧାନ ହୋଇଛି। ଏହାସହ ସମ୍ବଲପୁର ମହାନଗର ନିଗମରେ ଖୁବଶୀଘ୍ର ଚାଲିବ ଟାଉନ ବସ। ଏଥିଲାଗି ଉଦ୍ୟମ ଜାରି ରହିଛି। ଏହାସହ ଖୁବଶୀଘ୍ର ସମ୍ବଲପୁରରୁ ଚାଲିବ ଲକ୍ଷ୍ମୀ ବସ । ରାସନକାର୍ଡ ପାଇନଥିବା ଗ୍ରାମାଞ୍ଚଳର ବ୍ୟକ୍ତି ବିଏସକେୱାଇ ନବୀନ କାର୍ଡ ଲାଗି ଆବେଦନ କରିବାକୁ କହିଛନ୍ତି। ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟର ଆବେଦନ ଲାଗି ୧୦ ଦିନରେ ଖୁସି ଖବର ମିଳିବ। ଲୋକେ ଦେଇଥିବା ସମସ୍ତ ଦରଖାସ୍ତର ପ୍ରଶାସନ ପାଖରୁ ଉତ୍ତର ପାଇବେ ବୋଲି କହିଛନ୍ତି। ମା ସମଲେଇ ମନ୍ଦିରର ରୂପାନ୍ତରଣ କାମ ଜାରି ରହିଛି। ଆସନ୍ତା ୨୭ ତାରିଖରେ ମନ୍ଦିର ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ଦେଉଥିବା ସମସ୍ତ ଅର୍ଥକୁ ସ୍ବଚ୍ଛତାର ସହ କାମ କରିବାକୁ ଆହ୍ବାନ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।