ମାଆ ବୁଢ଼ି ଠାକୁରାଣୀଙ୍କ ଦର୍ଶନ କଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

1 min read

ବ୍ରହ୍ମପୁର: ଦୁଇଦିନିଆ ଗଞ୍ଜାମ ଗସ୍ତରେ ଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମାଆ ବୁଢୀଠାକୁରାଣୀଙ୍କ ଦର୍ଶନ କରିଛନ୍ତି । ସେଠାରେ ପୂଜାର୍ଚ୍ଚନା କରିବା ସହ ମନ୍ଦିର ରୂପାନ୍ତରଣର ଅନୁଧ୍ୟାନ କରିଥିଲେ । ମନ୍ଦିରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ପାଖାପାଖି ୨୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଦିନରାତି କାମ କରି ବର୍ଷେ ଭିତରେ ନବକଳେବର ସାରିବାକୁ ପରାମର୍ଶ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ସେ କହିଥିଲେ, ବ୍ରହ୍ମପୁର ସହିତ ମୋର ସମ୍ପର୍କ ଅତି ନିବିଡ଼ । ବ୍ରହ୍ମପୁରରେ ମୋର ଝିଅ ଜନ୍ମ ହୋଇଛି । ଗଞ୍ଜାମର ଜିଲ୍ଲାପାଳ ଥିବାବେଳେ ଲୋକମାନେ ଭଲ ପାଇବା ଦେଇଥିଲେ । ବ୍ରହ୍ମପୁର ରିଂ ରୋଡ ପାଇଁ ୮୦ ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ଶୀଘ୍ର କାମ କରାଯାଇ ଟ୍ରାଫିକ ସମସ୍ୟା ଦୂର କରାଯିବ । ଶିତଳାପଲ୍ଲୀରେ ଥିବା ଟାଟା ହସ୍ପିଟାଳକୁ ସରକାର ସମ ହସପିଟାଲ ସହ ଏମଓୟୁ କରିଛନ୍ତି । ଏହାଦ୍ବାରା ଏବେ ଆଉ ବ୍ରହ୍ମପୁରବାସୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବନି । ବିଏସକେଓ୍ବାଇ କାର୍ଡରେ ବ୍ରହ୍ମପୁରରେ ହିଁ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇପାରିବେ । ବ୍ରହ୍ମପୁରବାସୀଙ୍କୁ ବ୍ରହ୍ମପୁରରେ ହିଁ ସବୁ ସୁବିଧା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ।