ମେଣ୍ଟ ନେଇ କାର୍ତ୍ତିକ ପାଣ୍ଡିଆନଙ୍କ ବଡ ବୟାନ, ନିର୍ବାଚନ ଜିତିବାକୁ ନବୀନଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ

1 min read

ନୂଆଦିଲ୍ଲୀ: ନିର୍ବାଚନ ଜିତିବାକୁ ନବୀନ ପଟ୍ଟନାୟକଙ୍କୁ ବିଜେପିର ସହଯୋଗ ଆବଶ୍ୟକ ନାହିଁ । କିମ୍ବା ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ବିଜେଡିର ଆବଶ୍ୟକତା ପଡିବ ନାହିଁ । ଓଡିଶାରେ ନବୀନ ପଟ୍ଟନାୟକ ନିଜ ଲୋକପ୍ରିୟତା ପାଇଁ ପ୍ରତିଥର ନିର୍ବାଚନରେ ତିନି ଚତୁର୍ଥାଂଶ ଭୋଟରେ ଜିତୁଛନ୍ତି । ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେଡି ୯୫ ପ୍ରତିଶତ ଆସନରେ ଜିତିଛି । ମେଣ୍ଟ ସମ୍ପର୍କରେ ହେଉଥିବା ଆଲୋଚନା କେବଳ  ଦୁଇ ରାଷ୍ଟ୍ରନେତାଙ୍କ ରାଜନୀତିଠାରୁ ଉର୍ଦ୍ଧ୍ବରେ ଦେଶର ଓ ରାଜ୍ୟର ବୃହତ୍ତର ସ୍ବାର୍ଥ ପାଇଁ ବୋଲି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ କହିଛନ୍ତି ।

ସେ ଆହୁରି କହିଛନ୍ତି, ଅନେକ ସମୟରେ ରାଜନୈତିକ ଦଳମାନେ ମେଣ୍ଟ କରିଥାନ୍ତି ନିର୍ବାଚନ ଜିତିବାକୁ କିମ୍ବା ନିର୍ବାଚନ ଗଣିତକୁ ପ୍ରଭାବିତ କରିବାକୁ । କିନ୍ତୁ ଉଭୟ ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ଜିତିବାକୁ ମେଣ୍ଟର ଆବଶ୍ୟକତା ନାହିଁ । ତେବେ ଆଗକୁ କଣ ହେବ ତାହା ଆପଣ ସମସ୍ତେ ଜାଣିବେ ବୋଲି ପାଣ୍ଡିଆନ କହିଛନ୍ତି ।

ଭାରତୀୟ ରାଜନୀତିରେ ଶାସନରେ ଥିବା ଦଳ ଓ ମୁଖ୍ୟ ବିରୋଧୀ ଦଳ ମଧ୍ୟରେ ମେଣ୍ଟ ହେବା କ୍ବଚିତ ଦେଖିବାକୁ ମିଳିଥାଏ । କିନ୍ତୁ ଓଡିଶାରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ କାହିଁକି ମେଣ୍ଟ ହେଉଛି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଲୋକଙ୍କ ସେବା ପାଇଁ ଶାସନକୁ ଫେରିବାକୁ ନବୀନ ପଟ୍ଟନାୟକଙ୍କୁ ମେଣ୍ଟର ଆବଶ୍ୟକତା ନାହିଁ । ବର୍ତ୍ତମାନ ଆସୁଥିବା ସବୁ ସର୍ଭେ ରିପୋର୍ଟ କହୁଛି ନିଃସନ୍ଦେହରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ମୋ ମତରେ କିଛି କଥା ରାଜନୀତିର ଉର୍ଦ୍ଧ୍ବରେ ଥାଏ । ଏହା ଦୁଇ ବିଶିଷ୍ଟ ରାଜନେତାଙ୍କ ରାଷ୍ଟ୍ରନୀତିଜ୍ଞ ହେବାର ସଂକେତ । ଏକ ମହତ ଉଦ୍ଦେଶ୍ୟ ପାଇଁ ଉଭୟ ଏକାଠି ହେବେ । ଏଥିରେ କୌଣସି ରାଜନୀତି ନାହିଁ ବୋଲି ସେ କହିଛନ୍ତି । ବିଜେପି କିମ୍ବା ବିଜେଡି ପାଇଁ ଏଥରେ କୌଣସି ନିର୍ବାଚନୀ ମୂଲ୍ୟ ନାହିଁ ।

ଏହି ଦୁଇ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ସେମାନେ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ଏହା ଦୁଇ ରାଷ୍ଟ୍ରନାୟକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କର ଉଦାହାରଣ । ଏଥିରେ କୌଣସି ରାଜାନୀତି ନାହିଁ । ତେବେ ମେଣ୍ଟ ନେଇ କିଛି ହେଲେ ସମସ୍ତେ ଜାଣିପାରିବେ ।

ଲୋକପ୍ରିୟତା ପାଇଁ ପ୍ରତିଥର ନିର୍ବାଚନରେ ତିନି ଚତୁର୍ଥାଂଶ ଭୋଟରେ ଜିତୁଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ଶେଷ ହୋଇଥିବା ପଂଚାୟତ ନିର୍ବାଚନରେ ବିଜେଡି ୯୫ ପ୍ରତିଶତ ଆସନରେ ଜିତିଛି । ଏହି ଦୁଇ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ରହିଛି । ସେମାନେ ରାଜନୀତି ଠାରୁ ଉର୍ଦ୍ଧ୍ୱକୁ ଯାଇ ରାଷ୍ଟ୍ରର ଉନ୍ନତି ପାଇଁ ଚିନ୍ତା କରୁଛନ୍ତି । ଏହା ଦୁଇ ରାଷ୍ଟ୍ରନାୟକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କର ଉଦାହାରଣ । ଏଥିରେ କୌଣସି ରାଜାନୀତି ନାହିଁ । ତେବେ ମେଣ୍ଟ ନେଇ କିଛି ହେଲେ ସମସ୍ତେ ଜାଣିପାରିବେ ବୋଲି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ନ୍ୟୁଜ-୧୮ର ରାଇଜିଂ ଭାରତ କନକ୍ଲେଭରେ କହିଛନ୍ତି ।