spot_img

Latest Posts

‘କିଛି ଲୋକଙ୍କୁ ଦିଶୁନି ରୂପାନ୍ତରଣ, ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର’

ବ୍ରହ୍ମପୁର: କିଛି ଲୋକଙ୍କୁ ଦିଶୁନି ରୂପାନ୍ତରଣ। ଆଖି ଖୋଲି ଦେଖିଲେ ଦିଶିବ ବିକାଶର ଅସଲ ଚିତ୍ର। ଗଞ୍ଜାମରେ ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ସମୀକ୍ଷା ବେଳେ ରୂପାନ୍ତରଣକୁ ସହି ପାରୁନଥିବା ଲୋକଙ୍କୁ କଡ଼ା ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଶ୍ରୀମନ୍ଦିରରୁ ମା’ ସମଲେଇ ମନ୍ଦିର, ରାମଚଣ୍ଡୀ ମନ୍ଦିର ଓ ତାରାତାରିଣୀ ମନ୍ଦିର ସବୁଠି ବଦଳୁଛି ଚିତ୍ର। ସାରା ଓଡ଼ିଶାର ସବୁ ଐତିହ୍ୟସ୍ଥଳୀର ବଦଳୁଛି ରୂପରେଖ। ରାଜ୍ୟର ବିକାଶ ପାଇଁ ଅହରହ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କିଛି ଲୋକଙ୍କୁ ବିକାଶ ଦିଶୁନି, ସେମାନେ ବାରମ୍ବାର ଅପପ୍ରଚାର କରୁଛନ୍ତି।

ଗଞ୍ଜାମ ଗସ୍ତରେ ଥିବା  5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏହା କହିଛନ୍ତି। ସ୍କୁଲରୁ ସ୍ବାସ୍ଥ୍ୟସେବା ସବୁ କ୍ଷେତ୍ରରେ ବଦଳୁଛି ଚିତ୍ର। ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗେ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଗରିବ ପିଲା ବଡ ସ୍ବପ୍ନ ଦେଖିବେ ଏବଂ ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିଥିବା 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କହିଛନ୍ତି। କିନ୍ତୁ ଏହାକୁ କିଛି ଲୋକ ସହି ପାରୁନାହାନ୍ତି । ରାଜ୍ୟର ବିକାଶରେ ସମସ୍ତେ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି 5T ଅଧ୍ୟକ୍ଷ ।

Latest Posts

Don't Miss