ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ, ବେଗୁନିଆରେ ଛାତ୍ରବୃତ୍ତି ପ୍ରଦାନ କଲେ 5T ଅଧ୍ୟକ୍ଷ
1 min readବେଗୁନିଆ: ଛାତ୍ରଛାତ୍ରୀଙ୍କ ବ୍ଯାଙ୍କ ଖାତାକୁ ଆସିଲା ସ୍କଲାରସିପ। ଗତକାଲି ୩ ଜିଲ୍ଲାରେ ଯୁକ୍ତ ୩ ଏବଂ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ପ୍ରଦାନ କରାଯାଇଥିବା ବେଳେ, ଆଜି ବେଗୁନିଆରେ ଦିଆଯାଇଛି ଛାତ୍ରବୃତ୍ତି। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ। ସମସ୍ତ ଯୋଗ୍ୟ ଛାତ୍ର ଏହି ଛାତ୍ରବୃତ୍ତି ପାଇବେ। ପାଖାପାଖି ଯୁକ୍ତ ୩ ଏବଂ ପିଜିର ୯୫ ପ୍ରତିଶତ ଛାତ୍ରଛାତ୍ରୀ ଏହାଦ୍ଵାରା ଉପକୃତ ହେବେ। ଛାତ୍ରଛାତ୍ରୀଙ୍କୁ ଏହି ସ୍କଲାରସିପ ପ୍ରଦାନ କରି ବହୁତ ଖୁସି ଲାଗୁଛି ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ବିଷୟରେ ସୂଚନା ଦେଇଥିଲେ। ଆସନ୍ତା ମାର୍ଚ୍ଚ ୫ରୁ ଏହି ନବୀନ ମ୍ଯାଜିକ କାର୍ଡ ଲାଗି ପଞ୍ଜୀକରଣ ଆରମ୍ଭ ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟର ସାଢେ ୪ କୋଟି ଲୋକଙ୍କୁ ନିଜ ପରିବାର ବୋଲି ଭାବନ୍ତି। ସେଥିଲାଗି ଏ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ନୂଆ ଓଡ଼ିଶା ଗଠନରେ ଆପଣଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିବ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଦେଇଥିଲ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ହାଇସ୍କୁଲ ଓ କଲେଜର ରୂପାନ୍ତରଣ ହୋଇଛି। ରାଜ୍ୟର ସବୁ ସ୍କୁଲ ଓ କଲେଜର ପିଲା ସୁବିଧା ପାଇବେ। ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଆତ୍ମବିଶ୍ବାସକୁ ବୃଦ୍ଧି କରିବା ପାଇଁ ନୂଆ-ଓ କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍।