ନୂଆ ଓଡ଼ିଶା ଗଠନ କରିବା ପାଇଁ ନିଷ୍ଠାର ସହ କାମ କର: ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ୩୨ ତମ ଅର୍ଥ ସେବା ସଂଘ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ  । ଆର୍ଥିକ ସେବା ସଂଘ ଓଡ଼ିଶାର ସଫଳତାର ରାସ୍ତାରେ ସବୁ କ୍ଷେତ୍ରରେ ନୂଆ ଉଦାହରଣ କରି ଚାଲିଛି । 5T ଓ ମୋ ସରକାର ରାଜ୍ୟ ଶାସନ ଓ ଜନସାଧାରଣଙ୍କୁ ଗୁଣାତ୍ମକ ସେବା ଦେବାରେ ଆଣିଛି ଗୁଣାତ୍ମକ ବିପ୍ଳବ । ସବୁ କ୍ଷେତ୍ରରେ ଆମେ ରୂପାନ୍ତର ମାଇଲ ଖୁଣ୍ଟ ଛିଡା କରିଛୁ । ଏହା ସହ ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିଛି ବୋଲି ଓଡ଼ିଶା ଆର୍ଥିକ ସେବା ସଂଘର ସାଧାରଣ ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲଗାତାର ଦୁଇଥର ବିଶ୍ୱକପ ହକିର ଆୟୋଜନ, ମହାମାରୀର ପ୍ରଭାବଶାଳୀ ପରିଚାଳନା, ମେକ୍-ଇନ୍-ଓଡିଶା କନକ୍ଲେଭର ତୃତୀୟ ସଂସ୍କରଣର ବିଶାଳ ସଫଳତା ଏବଂ ଅନ୍ୟାନ୍ୟ ସଫଳତା ନୂତନ ଓଡ଼ିଶାର ଉତଥାନକୁ ସୂଚିତ କରିଛି । ଆମ ରାଜ୍ୟର ସମସ୍ତ ସଫଳତାର କାହାଣୀ ହେଉଛି ଆମର ଆର୍ଥିକ ଅନୁଶାସନ, ଉତ୍ସଗୁଡ଼ିକର ପ୍ରଭାବଶାଳୀ ସଂଗ୍ରହ ଏବଂ ଉତ୍ସଗୁଡ଼ିକର ସଠିକ୍ ଏବଂ ଯଥାର୍ଥ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଜନସାଧାରଣ ନୀତି ପ୍ରସ୍ତୁତ କରିବା । ଓଡ଼ିଶା ଅର୍ଥ ସେବାର ଅବଦାନ କୌଣସି ବିସ୍ତାରର ଆବଶ୍ୟକତା ନାହିଁ । ଆମର ନିଜସ୍ୱ ଟିକସ ରାଜସ୍ୱ ସଂଗ୍ରହ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଆମର ନିଜସ୍ୱ ରାଜସ୍ୱ ଆମର ମୋଟ ରାଜସ୍ୱ ୬୦ ପ୍ରତିଶତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।