ଆରମ୍ଭ ହେଲା ୫G ଯୁଗ, ରାଷ୍ଟ୍ରପତିଙ୍କ ଗାଁରେ ପ୍ରଦର୍ଶନ ବ୍ୟବସ୍ଥା
1 min readନୂଆଦିଲ୍ଲୀ: ଦେଶରେ ଲଞ୍ଚ ହେଲା ୫G ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫G ସେବାକୁ କରିଛନ୍ତି ଉଘାଟନ । ଦେଶର ମାତ୍ର ୪ଟି ସହରରେ ବର୍ତ୍ତମାନ ଠାରୁ ଉପଲବ୍ଧ ହେବ ୫G ସେବା । ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ୫ଜି ଡେମୋନଷ୍ଟ୍ରେସନ କରାଯିବ । ଏଥିପାଇଁ ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗାଁରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏସଏଲଏସ ମେମୋରିଆଲ ସ୍କୁଲରେ ୫ଜି ଡେମୋନଷ୍ଟ୍ରେସନ କରାଯିବ । ଏହି ସ୍କୁଲଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାମୀଙ୍କ ସ୍ମୃତିରେ ନିର୍ମାଣ ହୋଇଥିଲା । ଦ୍ରୌପଦୀଙ୍କ ଦ୍ବାରା ହିଁ ଏହି ସ୍କୁଲ ପରିଚାଳିତ ହେଉଛି ।
ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ୫G ସେବା ମିଳିବ । ଦୀପାବଳି ପୂର୍ବରୁ ସବୁ ମେଟ୍ରୋ ସିଟିରେ ୫ଜି ସେବା ଆରମ୍ଭ ହେବ ହେବ । ସାରା ଦେଶରେ ପର୍ଯ୍ୟାୟକ୍ରମେ ବିସ୍ତାର କରାଯିବ । ୫G ସେବା ଆରମ୍ଭ ହେଲେ, ୩Gଠୁ ୩୦ ଗୁଣ ଓ ୪Gଠୁ ୧୦ ଗୁଣା ସ୍ପିଡ୍ ସେବା ମିଳିବ । ଆବଶ୍ୟକ ସ୍ଥଳେ ଏହି ସ୍ପିଡ୍ ୧୦୦ ଗୁଣା ଯାଏ ଯାଇପାରେ ବୋଲି କୁହାଯାଉଛି ।
୨G ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍ଲୋଡ୍ ହେବା ପାଇଁ ୨ ଦିନ ୮ ଘଣ୍ଟା ଲାଗୁଥିଲା, ୩G ସେବାରେ ୨ ଘଣ୍ଟା ଏବଂ ୪Gରେ ୪୦ ମିନିଟ ଲାଗୁଛି । ଏବେ ୫Gରେ ସେହି ଫାଇଲ ଡାଉନ୍ଲୋଡ୍ ହେବା ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ । ୨୦୨୩ ଡିସେମ୍ବର ସୁଦ୍ଧା ଦେଶବ୍ୟାପୀ ୫G ସେବା ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।