ବର୍ଷକରେ ରାଜ୍ୟରେ ପ୍ରେମ ଯୋଗୁଁ ଯାଇଛି ୫୯ ଜୀବନ

59 Died In One Year For Love Odisha

ଭୁବନେଶ୍ୱର: ରାଜ୍ୟରେ ବଢୁଛି ପ୍ରେମ ଜନିତ ହତ୍ୟାକାଣ୍ଡ । ପ୍ରତିଶୋଧର ନିଆଁରେ ଜଳି ପୋଡ଼ି ପାଉଁଶ ହେଉଛି ଭଲ ପାଇବା । ଗତ ବର୍ଷ ୫୯ ଜଣ ପ୍ରେମ ଯଜ୍ଞରେ ବଳି ପଡ଼ିଥିବା ବେଳେ ସାରା ଦେଶରେ ପ୍ରେମ ଜନିତ ହତ୍ୟାକାଣ୍ଡରେ ସପ୍ତମ ସ୍ଥାନରେ ରହିଛି ଓଡ଼ିଶା ।

ଲଭ, ସେକ୍ସ, ଧୋକାର ସାଇଡ ଇଫେକ୍ଟ । ବର୍ଷକରେ ପ୍ରେମ ନେଇଛି ୫୯ ଜୀବନ । ପ୍ରେମ ଜନିତ ମୃତ୍ୟୁରେ ଦେଶରେ ସପ୍ତମ ସ୍ଥାନରେ ଓଡ଼ିଶା । ରେକର୍ଡ ସଂଖ୍ୟାରେ ଆଗରେ ୟୁପି । ପ୍ରେମ ସତ୍ୟ, ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ହେଲେ ଏବେ ବଦଳି ଯାଇଛି ଏହାର ପରିଭାଷା । ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୨୦ ମସିହାରେ ରାଜ୍ୟରେ ପ୍ରେମ ଜନିତ ମୃତ୍ୟୁରେ ୫୯ ଜଣଙ୍କ ଜୀବନ ଯାଇଛି । ଉତ୍ତରପ୍ରଦେଶରେ ପ୍ରେମ ପାଇଁ ସର୍ବାଧିକ ୩୫୧ ଜଣଙ୍କ ଜୀବନ ହାରିଛନ୍ତି । ଉଭୟ ବିହାର, ଗୁଜରାଟରେ ଗତବର୍ଷ ୧୭୦ ଲେଖାଏଁ ମୁଣ୍ଡ ଗଡ଼ିଥିବା ବେଳେ ମଧ୍ୟପ୍ରଦେଶରେ ୧୪୭ ଜଣଙ୍କ ଜୀବନ ଯାଇଛି ।

 59 Died In One Year For Love Odisha

ବିଗତ ୩ ବର୍ଷ ଧରି ଓଡ଼ିଶାରେ ବଢ଼ି ଚାଲିଛି ପ୍ରେମ ଜନିତ ମୃତ୍ୟୁ । କରୋନା, ବେକାରୀ ସମସ୍ୟା, ସୋସିଆଲ ମିଡିଆର ଅପବ୍ୟବହାର ଏହାର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ । କାହାର ପ୍ରାଇଭେଟ ପାର୍ଟରେ ଟାଟ୍ଟୁକୁ ନେଇ ବିବାଦତ ଆଉ କେଉଁଠି ସ୍ୱାମୀ ନଥିବା ବେଳେ ଘରେ ପଶୁଛି ପର ପୁରୁଷ । ପୁଣି ଆଉ କେଉଁଠି ସ୍ୱାମୀ କଲାଣି ସ୍ତ୍ରୀର ଭିଡିଓ ଭାଇରାଲ ।

ଆଧୁନିକତା ଆଳରେ ଏଭଳି ଘଟଣାକୁ ନେଇ ପ୍ରକାଶ ପାଇଛି ଉଦବେଗ  । ଅବାଟରେ ଯିବା ପୂର୍ବରୁ ନିଜ ପିଲାଙ୍କୁ ଅଭିଭାବକ ସୁଧାରିନିଅନ୍ତୁ ବୋଲି କହିଛନ୍ତି ସମାଜସେବୀ । ପରସ୍ପର ମଧ୍ୟରେ ଅବିଶ୍ୱାସ, ଅସହିଷ୍ଣୁତା, ଆର୍ଥିକ ଅନାଟନ ପ୍ରଭୃତିକୁ ଦାୟୀ କରାଯାଇଥିବା ବେଳେ ପରିବାରର ମଧ୍ୟ ଦୋଷ ଥିବା କହିଛନ୍ତି ବିଶେଷଜ୍ଞ ।

Leave a Reply