ଜଣଙ୍କୁ ଛାଡ଼ିଦେଲେ ୫୭ ଜଣ ସଂକ୍ରମିତ କେଉଁଠୁ ଆସିଲେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟର କରୋନା ତାଲିକାରେ ସଂଖ୍ୟା ବଢ଼ି ଚାଲିଛି । ଦିନକୁ ଦିନ ତୁହାକୁ ତୁହା ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଫେରନ୍ତାଙ୍କ ମାଧ୍ୟମରେ କରୋନା  ଏବେ ରାଜ୍ୟରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଚିହ୍ନଟ ହୋଇଛନ୍ତି ନୂଆ ୫୮ ଜଣ କରୋନ ସଂକ୍ରମିତ । ସେଥି ବଧ୍ୟରୁ ଅଧିକାଂଶ ହହେଉଛନ୍ତି ଫେରନ୍ତା ପ୍ରବାସୀ ଓଡ଼ିଆ ।

ଆଜି ଚିହ୍ନଟ ହୋଇଥିବା ଗଞ୍ଜାମର ୨୯ ଜଣ କରୋନା ସଂକ୍ରମିତ ହେଉଛନ୍ତି ସୁର ଫେରନ୍ତା । ସେମାନେ ସମନ୍ତେ ସୁରତରେ ରହି କାମ କରୁଥିଲେ । ଏପର୍ଯ୍ୟନ୍ତ ଗଞ୍ଜାମର ସମସ୍ତ ସଂକ୍ରମିତ ହେଉଚନ୍ତି ସୁରତ ଫେରନ୍ତା । ମୟୁରଭଞ୍ଜରୁ ଚିହ୍ନଟ ହୋଇଥିବା ସଂକ୍ରମିତ ମଧ୍ୟ ସୁରତ ଫେରନ୍ତା ।

ବାଲେଶ୍ୱରରୁ ମଧ୍ୟ ୧୫ ଜଣ ଚିହ୍ନଟ ହୋଇଛନ୍ତି  । ୧୫ ଜଣଙ୍କ ମଧ୍ୟରୁ ୫ ଜଣ ସଂକ୍ରମିତ ହେଉଛନ୍ତି କର୍ଣ୍ଣାଟ ଫେରନ୍ତା । ଏବଂ ବଳକା ୧୦ ଜଣ ହେଉଛନ୍ତି ପଶ୍ଚିବ ବଙ୍ଗ ଫେରନ୍ତା । ପୂର୍ବରୁ ମଧ୍ୟ ବାଲେଶ୍ୱ ବଙ୍ଗ ଫେରନ୍ତାଙ୍କୁ ନେଇ ଘାଣ୍ଟି ହେଉଛି ।

ଜିଲ୍ଲାପାଳ କ୍ଷମତାର ବ୍ୟବହାର କଲେ ମହିଳା ସରପଞ୍ଚ: ପଞ୍ଚାୟତକୁ ୭ ଦିନ ପାଇଁ କଲେ ସଟ୍‌ଡାଉନ୍‌

ସେହିଭଳି କରୋନାର ନୂଆ ତାଲିକାରେ ଆସିଛି ଅନୁଜୁଳ ଜିଲ୍ଲା । ଅନୁଗୁଳ ଜିଲ୍ଲା ପୂର୍ବରୁ ଗ୍ରୀନ୍‌ ଜୋନରେ ରହିଥିଲା । ତେବେ ଆଜି ଏକାଥରକରେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ୧୧ ଜଣ ହେଉଛନ୍ତି ସୁରତ ଫେରନ୍ତା, ଜଣେ ମହାରାଷ୍ଟ୍ର ଏବଂ ଆଉଜଣେ ସ୍ଥାନୀୟ ପଜିଟିଭଙ୍କ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

 

Leave a Reply