୫୬ ବରିଷ୍ଠ ଇକୋନୋମିକ ଇନଭେଷ୍ଟିଗେଟରଙ୍କୁ ନିଯୁକ୍ତି ଦେଲେ ସରକାର

1 min read

ଭୁବନେଶ୍ୱର: ଯୋଜନା ଓ ସଂଯୋଜନ ବିଭାଗରେ ବରିଷ୍ଠ ଇକୋନୋମିକ ଇନଭେଷ୍ଟିଗେଟରଙ୍କୁ ନିଯୁକ୍ତି । କାର୍ଯ୍ୟରେ ଯୋଗଦେଲେ ୫୬ ବରିଷ୍ଠ ବିତ୍ତୀୟ ଅନୁସନ୍ଧାନକାରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସମତୁଲ ଆଞ୍ଚଳିକ ବିକାଶରେ ଗୋଷ୍ଠୀର ଯୋଗଦାନକୁ ଗୁରୁତ୍ୱ ଦେଇଆସୁଛନ୍ତି । ଆଞ୍ଚଳିକ ଯୋଜନା ସମ୍ପର୍କୀତ ତଥ୍ୟ ଅନୁସନ୍ଧାନ ସହ ଯାଞ୍ଚ କରିବେ ଏହି ବିତ୍ତୀୟ ଅନ୍ୱେଷକ । ଜିଲ୍ଲାସ୍ତରୀୟ ଯୋଜନା ପ୍ରସ୍ତୁତିରେ ମଧ୍ୟ ଏମାନଙ୍କ ଗୁରୁତ୍ବପୂର୍ଣ୍ଣ ସହଯୋଗ ରହିବ ।

ଏହା ନ୍ୟାୟୋଚିତ ଓ ସମତୁଲ ବିକାଶକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ବିକାଶ ଲକ୍ଷ୍ୟ ହାସଲ କରିବାକୁ ନିର୍ଦ୍ଦିଷ୍ଟ ଯୋଜନା କରାଗଲେ ଏହାଦ୍ୱାରା ଆଞ୍ଚଳିକ ବୈଷମ୍ୟ ଦୂର ହେବ । ଦକ୍ଷତାର ସହ ରାଜ୍ୟର ବିକାଶ ପାଇଁ କାର୍ଯ୍ୟକରିବା ସହ ଫଳପ୍ରଦାନକାରୀ ଯୋଜନା ପ୍ରସ୍ତୁତ କରିବାକୁ ନୂତନ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମକୁ 5T ସଚିବ ପରିଚାଳନା କରିଥିଲେ ।

Leave a Reply