ESI ହସପିଟାଲରେ ୫୫ ନୂଆ ଡାକ୍ତର ଓ ପାରାମେଡିକ୍ସ ନିଯୁକ୍ତ

1 min read

ଭୁବନେଶ୍ୱର: ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି । ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଙ୍କ ସରକାର ଲଗାତର ଉଦ୍ୟମ କରିଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ଇଏସଆଇ ହସପିଟାଲ ଓ ଡିସପେନସାରୀରେ ନବନିଯୁକ୍ତ ଡାକ୍ତର ଓ ପାରାମେଡିକମାନଙ୍କ ଓରିଏଣ୍ଟେସନ କାର୍ଯ୍ୟକ୍ରମକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟର ଇଏସଆଇ ହସପିଟାଲଗୁଡିକରେ ୫୫ ନୂଆ ଡାକ୍ତର ଓ ପାରାମେଡିକ୍ସ ଆଜି ଯୋଗ ଦେଇଛନ୍ତି । ନୂଆ ଡାକ୍ତର ଓ ପାରାମେଡିକ୍ସଙ୍କ ନିଯୁକ୍ତି ରାଜ୍ୟର ହେଲଥକେୟାର ଡେଲିଭରି ସିଷ୍ଟମକୁ ଆହୁରି ଦୃଢୀଭୂତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବିଶେଷକରି ରାଜ୍ୟର ୮ ଲକ୍ଷ ବୀମାଭୁକ୍ତ ଲୋକ ଏହା ଦ୍ବାରା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କେବିକେ ଓ ଦୁର୍ଗମ ଅଞ୍ଚଳରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । 5-ଟି ଓ ମୋ ସରକାର ଭଳି ପଦକ୍ଷେପ ଲୋକଙ୍କୁ କ୍ଷମତାସଂପନ୍ନ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସର୍ବସାଧାରଣ ସ୍ବାସ୍ଥ୍ୟ ସେବା କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟସେବାରେ ୯୨ ପ୍ରତିଶତ ରୋଗୀ ସନ୍ତୁଷ୍ଟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।