ରାଉରକେଲା ସ୍ୱତନ୍ତ୍ର ଜେଲରୁ ୫୪ ପଜିଟିଭ୍

ରାଉରକେଲା: କରୋନା ସଂକ୍ରମଣ ଯୋଗୁଁ ଗତ କିଛି ଦିନ ତଳେ ଛୋଟମୋଟ ମାମଲାରେ ଜେଲରେ ଥିବା କଏଦୀଙ୍କୁ ମୁକ୍ତ କରାଯାଇଥିଲା । ସଂକ୍ରମଣ ଭୟରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ତେବେ ସଂକ୍ରମଣର ନୂଆ ମାମଲା ଆସିଛି ରାଉରକେଲାରୁ  । ରାଉରକେଲା ସ୍ୱତନ୍ତ୍ର ଜେଲରେ  ୫୪ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶହେ ଜଣ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଇଥିଲା ।  ସେଥିମଧ୍ୟରୁ ୫୪ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ରାଉରକେଲା ଜେଲରେ ପ୍ରଥମେ ୬ ଜଣ,  ପରେ ୧୮ ଜଣ ଓ ଗତ ୧୦ ତାରିଖରେ  ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ  ।

ରାଉରକେଲା ସ୍ୱତନ୍ତ୍ର ଜେଲ ଅଧିକ୍ଷକ ଵିରେନ୍ଦ୍ର ନାଥ ମାହାଲି ଏନେଇ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ଜିଲ୍ଲାରେ ୨୫୭୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୫୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ସଂକ୍ରମିତ ମଧ୍ୟରେ ୮୯୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କଏଦୀଙ୍କ କ୍ଷେତ୍ରରେ ସଂକ୍ରମଣ ରୋକିବା ଏକ ପ୍ରମୁଖ ଆହ୍ୱାନ  । ପୋଲିସ ପ୍ରଶାସନ ଏବେ ଏହା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଛି ।

Leave a Reply