ଜଳେଶ୍ୱର ୫୪ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ: ୪ ଗିରଫ

ଜଳେଶ୍ୱର: ପୋଲିସ ଓ ଅବକାରୀ ବିଭାଗର ପୃଥକ ପୃଥକ ଚଢ଼ାଉ । ୫୪୦ ଗ୍ରାମର ବ୍ରାଉନ ସୁଗାର ଜବତ । ଚାରି ଜଣ ଗିରଫ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଜଳେଶ୍ୱର ଅବକାରୀ ବିଭାଗ ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଝାଡ଼େଶ୍ୱରପୁର ସ୍କୁଲ ସମ୍ନାରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ବାଇକକୁ ଅଟକାଇଥିଲା । ସେମାନଙ୍କ ଠାରୁ ପ୍ରାୟ ୨୪୦ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି । ସେପଟେ ପୋଲିସ ରାଜପୁର ବସ୍ତିରେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଥିବା ସହ ପ୍ରାୟ ୩୦୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି । ଉଭୟ ଅବକାରୀ ବିଭାଗ ଓ ପୋଲିସ ଦ୍ୱାରା ମୋଟ ୫୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୫୪ ଲକ୍ଷ ଟଙ୍କା ହେବ ।