ମରଣା ଯନ୍ତ୍ରା ପାଲଟିଛି ୫୩ ନମ୍ବର ଜାତୀୟ ରାଜପଥ

1 min read

ଢ଼େଙ୍କାନାଳ: ସାଧାରଣଲୋକଙ୍କ ଗମନାଗମନ ପାଇଁ ନିର୍ମାଣ ହୋଇଛି ନୂତନ ଜାତୀୟ ରାଜପଥ । କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ବାଇପାସ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା । ଦୁଇମାସ ଭିତରେ ଗଲାଣି ୧୦ରୁ ଅଧିକ ଜୀବନ। ଜାତୀୟ ରାଜପଥ ବିଭାଗ ତରଫରୁ କୌଣସି ସୁରକ୍ଷା ଚି଼ହ୍ନ, ବ୍ୟାରିକେଡ଼, ଲାଇଟ ବ୍ୟବସ୍ଥା ନଥିବାରୁ ଅକାଳରେ ଯାଉଛି ନିରୀହ ଜୀବନ।

ବାଇପାସ ପାଲଟିଛି ମରଣଯନ୍ତା । ୨ ମାସରେ ଗଲାଣି ୧୦ ଜୀବନ। ଯାଜପୁରର ଡ଼ୁବୁରୀ ଠାରୁ କାମାକ୍ଷାନଗର ସହର ଦେଇ ରାଉରକେଲା, ସମ୍ବଲପୁର, ଅନଗୁଳ, ତାଳଚେରକୁ ସଂଯୋଗ କରୁଛି ଜାତୀୟ ରାଜପଥ ୫୩ ।  ଗତ ୩ ମାସ ତଳେ ଏହି ରାସ୍ତାର ଉଦଘାଟନ ହୋଇଥିଲା l ଦୈନିକ ହଜାର ହଜାର ଭାରିଜାନ ରାସ୍ତା ଦେଇ ସୁବିଧାରେ ଚଳାଚଳ କରି ପାରୁଛନ୍ତିl  କିନ୍ତୁ ଜାତୀୟ ରାଜପଥ ବିଭାଗ ତରଫରୁ କୌଣସି ସୁରକ୍ଷା ଚି଼ହ୍ନ, ବ୍ୟାରିକେଡ଼, ଲାଇଟ ବ୍ୟବସ୍ଥା ନଥିବାରୁ ଅକାଳରେ ଯାଉଛି ନିରୀହ ଜୀବନ । କାମାକ୍ଷାନଗର ସହର ଦେଇ ଯାଇଥିବା ବାଇପାସ୍ ରାସ୍ତା ଏବେ ପାଲଟିଛି ଡେଥ୍ ଜୋନ୍।

ବାଇପାସର ଆଉ ଏକ ଦୁର୍ଘଟଣା ପ୍ରବଣ ସ୍ଥାନ ହେଉଛି ଜିରିଡାମାଳି ଏଣ୍ଟ୍ରି ପଏଣ୍ଟ l ଏହି ରାସ୍ତା ଦେଇ କାମାକ୍ଷାନଗରରୁ ଶହଶହ ଗାଡି ଯାତାୟାତ କରିଥାଏl  ଛକଟି ଏକ ବ୍ୟସ୍ତବହୁଳ ସ୍ଥାନ ହେବା ସହ ଏହା ଛଅଥାକିଆ ରାସ୍ତାl  କଙ୍କଡାହାଡ଼ ପଟୁ କାମାକ୍ଷାନଗର ସହରକୁ ଆସିବାକୁ ହେଲେ ଏହି ସ୍ଥାନରେ ଜାତୀୟ ରାଜପଥକୁ ପାର ହେବାକୁ ପଡିଥାଏl  ଏଠି ମଧ୍ୟ କୌଣସି ସୁରକ୍ଷା ଚି଼ହ୍ନ, ଆଲୋକୀକରଣ ବ୍ୟବସ୍ଥା, ପୋଲିସ ପେଟ୍ରୋଲିଂ ନଥିବାରୁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛିl ଯାହାକୁ ନେଇ ଅସନ୍ତୋଷ ଲୋକେ । ତୁରନ୍ତ ସମସ୍ୟାର ସମାଧାନ ନେଇ ହୋଇଛି ଦାବି ।