spot_img

Latest Posts

ପେନସନ ଟଙ୍କା ଦେଖିବା ପାଇଁ ବ୍ୟାଙ୍କ ଯାଇଥିଲେ ବୃଦ୍ଧା, ଆକାଉଣ୍ଟରେ ୫୨ କୋଟି ଟଙ୍କା ଦେଖି ଉଡ଼ିଗଲା ହୋସ

ମୁଜାଫରନଗର: ବ୍ୟାଙ୍କର ଭୁଲ୍ ଯୋଗୁଁ ବିଭିନ୍ନ ଲୋକଙ୍କ ଆକାଉଣ୍ଟରେ ଜମା ହୋଇଯାଉଛି କୋଟିକୋଟି ଟଙ୍କା । ଗତ କିଛି ଦିନ ହେଲା ବିହାରରେ ଲଗାତର ଏଭଳି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ପୁଣି ଥରେ ଏଭଳି ଘଟଣାର ପୁନରାବୃତ୍ତି ଘଟିଛି । ଖଗଡିଆରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଆସିବା ପରେ କଟିହାରରେ ୨ ଜଣ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିଥିଲା। ଏହି ଘଟଣା ଚହଳ ପକାଇଦେଇଥିବା ବେଳେ ଏବେ ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୁଜାଫରପୁରର ଜଣେ ବୃଦ୍ଧ ପେନସନ୍ ଟଙ୍କା ଚେକ୍ କରିବାରୁ ତାଙ୍କ ଆକାଉଣ୍ଟରେ ୫୨ କୋଟି ଟଙ୍କା ଜମା ହୋଇଥିବା ଦେଖି ବ୍ୟାଙ୍କ କର୍ମଚାରୀମାନେ ଆଚମ୍ବିତ ହୋଇଯାଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ମୁଜାଫରପୁରର ରାମ ବାହାଦୂର ଶାହ ତାଙ୍କର ପେନସନ୍ ରାଶି ଆସିଛି କି ନାହିଁ ବୋଲି ଆକାଉଣ୍ଟ୍ ଚେକ୍ କରିବାକୁ ଯାଇଥିଲେ। ହେଲେ ଆକାଉଣ୍ଟ୍ ଚେକ୍ କରିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବାହାଦୂର ଶାହଙ୍କ ଆକାଉଣ୍ଟରେ ୫୨ କୋଟି ଟଙ୍କା ଜମା ହୋଇଥିଲା। ତେବେ ଏହି ଟଙ୍କା କେଉଁଠୁ ଆସିଲା ଏବଂ କିଏ ଜମା କରିଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବାହାଦୂର ଶାହ ଚାଷବାସ କରି ଚଳନ୍ତି । ସେ ଗରିବ ଶ୍ରେଣୀର ହୋଇଥିବା କାରଣରୁ ସରକାର ତାଙ୍କୁ ଏହି ଅର୍ଥ ରାଶିରୁ କିଛି ସହାୟତା ପ୍ରଦାନ କରନ୍ତୁ ବୋଲି ସେ ଓ ତାଙ୍କ ପୁଅ ନିବେଦନ କରିଛନ୍ତି । ଏହି ଘଟଣା ପ୍ରଘଟ ହେବାରୁ କଟରା ଥାନା ପୋଲିସ ଯାଞ୍ଚ୍ କରୁଛି।

Latest Posts

Don't Miss