spot_img

Latest Posts

୫୨ ଦିନ ମଧ୍ୟରେ ୪୦୩ ମାମଲା, ୭ ମୃତ୍ୟୁ କିନ୍ତୁ ୯ ଦିନ ମଧ୍ୟରେ ୧ ହଜାର ମାମଲା…୪୪ ମୃତ୍ୟୁ

ନୂଆଦିଲ୍ଲୀ: ଲକ୍ ଡାଉନ୍ କଣ ପାଇଁ ଜରୁରୀ ଜାଣିବା ପାଇଁ ଏହି ଗ୍ରାଫକୁ ଦେଖନ୍ତୁ ।  ପ୍ରଥମ ୫୨ ଦିନରେ କରୋନାର ସ୍ଥିତି କଣ ଥିଲା ଓ ତା’ପର ୯ ଦିନରେ କଣ ହେଲା ତାହା ଏହି ଗ୍ରାଫରୁ ଆପଣ ଜାଣି ପାରିବେ । ପ୍ରଥମକରି ଭାରତରେ କରୋନା ସଂକ୍ରମିତଙ୍କ ବାବଦରେ ଜଣା ପଡିବାର ୫୨ ଦିନ ଭିତରେ ଭାରତରେ ମୋଟ ୪୦୩ ମାମଲା ସାମ୍ନାକୁ ଆସିଥିଲା । ଏହି ୪୦୩ ସଂକ୍ରମିତଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିଲେ । କିନ୍ତୁ ପରବର୍ତ୍ତି ୯ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରକେଟ୍ ଭଳି ଉପରକୁ ଉଠିଥିଲା । ଏହି ୯ ଦିନରେ ୧ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହି ୯ ଦିନରେ ୪୪ ଜଣଙ୍କ ଜୀବନ ନେଇଛି କରୋନା ।

ଦେଖନ୍ତୁ ଗ୍ରାଫ୍ :

ଦେଶରେ କରୋନାଭାଇରସ୍ କାରଣରୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ସଂକ୍ରମଣରେ ଏଯାଏଁ ୫୧ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଇନ୍ଦୋରରେ ଜଣେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଇନ୍ଦୋରରେ ଚାରି ଜଣ ଏବଂ ଉଜ୍ଜୟନୀ ରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଏଥି ସହ ଉତ୍ତରପ୍ରଦେଶରେ କରୋନା ସଂକ୍ରମଣର ପ୍ରଥମ ମାମଲା ରିପୋର୍ଟ ହୋଇଛି। ଏହି ମାମଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜିଲ୍ଲା ଗୋରଖପୁରର ଅଟେ। ସୋମବାର ବିଳମ୍ବିତ ରାତିରେ ବିଆରଡି ମେଡିକାଲ କଲେଜର ଭର୍ତ୍ତି ହୋଇଥିବା ୨୫ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି।

ଏହାପୂର୍ବରୁ ମଙ୍ଗଳବାର ଦିନ ଦେଶରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସଂକ୍ରମଣ ମୃତ୍ୟୁର ପ୍ରଥମ ମାମଲା ମଙ୍ଗଳବାର ଦିନ ଚଣ୍ଡିଗଡ଼ରେ ହୋଇଛି। ଏଠାରେ ଜଣେ ୬୫ ବୟସ୍କଙ୍କ ମୃତ୍ୟୁ ହୋଇଥିଲା। ସେ ପଞ୍ଜାବ ପୋଲିସରୁ ଅବସର ନେଇଥିଲେ। ଏହି ସମୟରେ, କେରଳର ଥିରୁଅନନ୍ତପୁରମରେ  ୬୮ ବର୍ଷୀୟ କରୋନା-ପଜିଟିଭ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲ କଲେଜ ଅଧିକାରୀଙ୍କ ଅନୁଯାୟୀ ତାଙ୍କ କିଡନୀ ଫେଲ ହୋଇସାରିଥିଲା । ଏମାନଙ୍କ ବ୍ୟତୀତ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

ଅପରପକ୍ଷରେ ପଶ୍ଚିମବଙ୍ଗରେ ଜଣେ ଏବଂ ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ହାୱଡାରେ ଜଣେ ୪୮ ବର୍ଷ ବୟସ୍କା ମହିଳା କରୋନା ସଂକ୍ରମଣ ହେତୁ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ ଯେ, ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରେ କରୋନା ପଜିଟିଭ ଜଣା ପଡିଥିଲା । ରାଜ୍ୟରେ କରୋନା କାରଣରୁ ଏହା ହେଉଛି ତୃତୀୟ ମୃତ୍ୟୁ।

ସେହିଭଳି ମହାରାଷ୍ଟ୍ରରରେ ଜଣେ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ମାସ ୨୮ ତାରିଖରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନାରେ  ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୭୫ ବର୍ଷ ବୟସ୍କ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଛନ୍ତି ।  ସୋମବାର ଦିନ ଏହି ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମଧୁମେହ ଏବଂ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ତାଙ୍କ ମୃତ୍ୟୁ ପରେ କରୋନା ପରୀକ୍ଷା କରାଯାଇଥିଲା ଏବଂ ମଙ୍ଗଳବାର ରାତିରେ କରୋନା ପଜିଟିଭ ରିପୋର୍ଟ ଆସିଥିଲା। ସମ୍ପ୍ରତି ୱର୍ଲି  ମୁମ୍ବାଇର କରୋନା ଏପିକ୍ ସେଣ୍ଟର ଭାବେ ଉଭା ହେଉଛି । ଏଠାରେ ଏପର୍ଯ୍ୟନ୍ତ ସର୍ବାଧିକ ୧୪ ଟି ସଂକ୍ରମଣ ହୋଇଥିବା ଜଣାପଡିଛି । ଏହା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨ ରେ ପହଞ୍ଚିଛି।

 

 

Latest Posts

Don't Miss