spot_img

Latest Posts

ମ୍ୟାମାରରେ ପ୍ରବେଶ କରୁଛନ୍ତି ହଜାର ହଜାର ମିଜୋରାମ ନାଗରିକ

ମ୍ୟାମାର: ମ୍ୟାମାରରୁ ମିଜୋରାମରୁ ଜାରିରହିଛି ପଳାୟନ। ହଜାର ହଜାର ମ୍ୟାମାର ନାଗରିକ ମିଜୋରାମରେ ପ୍ରବେଶ କରିଛନ୍ତି । ଗତ ସୋମବାର ମ୍ୟାମାରର ଚିନ ପ୍ରଜାତନ୍ତ୍ରରେ ଆର୍ମି ପକ୍ଷରୁ ଆକ୍ରମଣ କରାଯିବା ପରେ ସେମାନେ ଜୀବନ ବିକଳରେ ମିଜୋରାମକୁ ଚାଲିଆସୁଛନ୍ତି । ସୀମାନ୍ତରେ ଅବସ୍ଥିତ ଦୁଇଟି ଗ୍ରାମରେ ୫ ହଜାରରୁ ଅଧିକ ମ୍ୟାମାର ନାଗରିକ ଆଶ୍ରୟ ନେଇଛନ୍ତି।

କେତେକ ଆହତ ନାଗରିକଙ୍କୁ ଆଇଜଲସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ଜଣକର ମୃତ୍ୟୁ ଘଟିଛି। ସେପଟେ ବିଭିନ୍ନ ଜନବସତି ଉପରେ ଆର୍ମି ପକ୍ଷରୁ ଅଧିକ ଆକ୍ରମଣ ହେବା ଆଶଙ୍କା ଥିବାରୁ ଶରଣାର୍ଥୀଙ୍କ ସଂଖ୍ୟା ବହୁ ଅଧିକ ହେବା ଆଶଙ୍କା କରାଯାଉଛି। ମିଜୋରାମରେ ପହଞ୍ଚିଥିବା ଶରଣାର୍ଥୀଙ୍କୁ ବିଭିନ୍ନ ମିଜୋ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି।

ଭାରତ ସୀମାନ ନିକଟ ଅର୍ଥାତ ଚୀନ ପ୍ରଜାତନ୍ତ୍ରର ଖ୍ବାମାଓ୍ବି ଓ ରିଖଓ୍ବଦରସ୍ଥିତ ଦୁଇଟି ସାମରିକ ଘାଟି ଉପରେ ପିପୁଲସ ଡିଫେନ୍ସ ଫୋର୍ସ ଆକ୍ରମଣ କରିବା ପରେ ଜବାବରେ ଆର୍ମି ପକ୍ଷରୁ ବିଭିନ୍ନ ଜନବସତି ଉପରେ ଆକ୍ରମଣ କରାଯାଇଥିଲା। ମ୍ୟାମାରର ଚୀନ ସମ୍ପ୍ରଦାୟ ସହିତ ମିଜୋମାନଙ୍କ ଜାତିଗତ ସମ୍ପର୍କ ରହିଛି।

Latest Posts

Don't Miss