ବିଜେପି ସରକାରଙ୍କ ମିଛ ପ୍ରତିଶ୍ରୁତି ପ୍ରତିବାଦରେ ୫ ଶହ କିଲୋମିଟର ପଦଯାତ୍ରା

1 min read

ବଲାଙ୍ଗୀର : ବିଜେପି ସରକାରଙ୍କ ମିଛ ପ୍ରତିଶ୍ରୁତି ପ୍ରତିବାଦରେ ୫ ଶହ କିଲୋମିଟର ପଦଯାତ୍ରା । ନିର୍ବାଚନ ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ବର୍ଷରୁ ଥିବା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା । ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା,  ବିଧବା, ବିକଳାଙ୍ଗ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧବୃଦ୍ଧାଙ୍କୁ ୩ ହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ପ୍ରତ୍ୟକ ମହିଳାଙ୍କୁ ସାମିଲ କରିବା ସହ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର, ଦଳିତ ବର୍ଗକୁ ସ୍ଵତନ୍ତ୍ର ସହାୟତା ପରି ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ସରକାରଙ୍କୁ ଆସିବା ପରେ ଧୋକା ଦେଇଛନ୍ତି I  ତେଣୁ କରି ବିଜେପି ସରକାରଙ୍କ ମିଛ ପ୍ରତିଶ୍ରୁତି ବିରୋଧରେ ୨୫ ଦଫା ଦାବୀ ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରୁ ଭୁବନେଶ୍ବର ପର୍ଯ୍ୟନ୍ତ ୫ ଶହ କିଲୋମିଟର ପଦଯାତ୍ରା କରିଛି ଜନ ସଂଗ୍ରାମ ସମିତି I ସମିତିର ସଭାପତି ସେଉଲ ମଙ୍ଗରାଜଙ୍କ ନେତୃତ୍ବରେ ୨୫ ଜାଣିଆ ଟିମ ଚାଲିଚାଲି  ଭୁବନେଶ୍ବର ବାହାରିଛନ୍ତି I ଗାନ୍ଧୀ ଜୟନ୍ତୀରୁ ଗୋଲାମୁଣ୍ଡା ଠାରୁ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ୫ ଦିନରେ ୧୭୦ କିଲୋମିଟର ପଦଯାତ୍ରା କରି ବଲାଙ୍ଗୀର ପହଁଞ୍ଚିଛନ୍ତି ।