ପଦାରେ ପଡ଼ିଲା ଆଶ୍ରିତଙ୍କ ଅସଲ ଚେହେରା: ‘୫୦ ଲକ୍ଷ ଟଙ୍କା’ ଅଭିଯୁକ୍ତଙ୍କ ସହ ରହିଛି ଲିଙ୍କ୍

1 min read

ପିପିଲି:  ୫୦ ଲକ୍ଷ ଟଙ୍କା ଜବତ ମାମଲାର ଅଭିଯୁକ୍ତଙ୍କ ସହ ରହିଛି ବିଜେପି ପ୍ରାର୍ଥୀଙ୍କ ଲିଙ୍କ୍ । ଟଙ୍କା ଜବତ ମାମଲାରେ ଅଟକ ଥିବା ୨ ଅଭିଯୁକ୍ତଙ୍କ ସହ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲିଙ୍କ୍ ରହିଛି । ଯେଉଁ ଟଙ୍କା ଜବତ ହୋଇଛି ତାହା ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଖର୍ଚ୍ଚ ହୋଇଥାନ୍ତା ।  ଅଟକ ୨ଯୁବକଙ୍କ ସହ ଆଶ୍ରିତଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆଉ ଏହା ପରେ ଏହି ଟଙ୍କା ଆଶ୍ରିତଙ୍କ ନିକଟକୁ ଆସୁଥିବା ନେଇ ଚର୍ଚ୍ଚା ହେଉଛି । ଅଟକ ୨ ଜଣଙ୍କ ବ୍ୟକ୍ତି ଆଶ୍ରିତଙ୍କ ପାଖ ଲୋକ ।

ସୂଚନା ଯୋଗ୍ୟ ଯେ, ଆଜି ତାରକାଜ ଛକ ନିକଟରୁ ୫୦ ଲକ୍ଷ ଟଙ୍କା ଜବତ କରିଛି  ପିପିଲି ପୋଲିସ । ଏହି ମାମଲାରେ ନୀଳ ରଙ୍ଗର ପଲସର  ସହ ୨ ସ୍ଥାନୀୟ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ ।  ନିୟମିତ ଯାଞ୍ଚ ବେଳେ ଟୋଲଗେଟ୍ ଚେକିଂ ପଏଣ୍ଟରେ ଅଟକ ବାଇକ ଆରୋହୀଙ୍କୁ ଅଟକାଇଥିଲା ପୋଲିସ  । ସେମାନେ କିନ୍ତୁ ପୋଲିସ ନିର୍ଦ୍ଦେଶ ମାନିନଥିଲେ । ପରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାରକାଜ ଛକ ନିକଟରେ କାବୁ କରିଥିଲା ପୋଲିସ । ସୂଚନା ଯୋଗ୍ୟ ଯେ, ଆଗାମୀ ଉପ-ନିର୍ବାଚନ ନେଇ ତାରିଖ ପାଖେଇ ଆସୁଥିବା ବେଳେ ଟଙ୍କା ବଣ୍ଟି ଲୋକଙ୍କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଣୁ ସହର ମଧ୍ୟକୁ ଯେଭଳି ବାହାରୁ ଟଙ୍କା ନ ଆସେ  ଏ ନେଇ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଭାବେ ଯାଞ୍ଚ କରୁଛି ।

ଅପରପକ୍ଷରେ ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କୁ ଭେଟିଲା ବିଜୁ ଜନତା ଦଳ । ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ସିଇଓଙ୍କୁ ଭେଟିଛନ୍ତି । ବିଜେପିର ଦୁଇ ନେତା ୫୦ଲକ୍ଷ ଟଙ୍କା ନେଇ ଯାଉଥିବା ବିଜେଡି ନେତା ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି । ଉପ-ନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସସ୍ମିତ ପାତ୍ର, ଲେନିନ ମହାନ୍ତି , ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ସିଇଓଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପିପିଲିରୁ ୫୦ ଲକ୍ଷ ଟଙ୍କା ଜବତ ଘଟଣାରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

Leave a Reply