ନିଲମ୍ବନ ପ୍ରତିବାଦରେ ବିରୋଧୀ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ

1 min read

ନୂଆଦିଲ୍ଲୀ: ନିଲମ୍ବିତ ସାଂସଦଙ୍କ ୫୦ ଘଣ୍ଟିଆ ବିକ୍ଷୋଭ । ତିନି ଦିନରେ ସଂସଦରୁ ୨୪ ସାଂସଦଙ୍କୁ ନିଲମ୍ବନ ପ୍ରତିବାଦରେ ସଂସଦ ପରିସରରେ  ୫୦ ଘଣ୍ଟିଆ ବିକ୍ଷୋଭ ଜାରି ରଖିଛନ୍ତି ବିରୋଧୀ ସାଂସଦ । ବୁଧବାର ଦିନ ୧୧ଟାରୁ ଆରମ୍ଭ ହୋଇଥିବା ବିରୋଧ ପ୍ରଦର୍ଶନ ଶୁକ୍ରବାର ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ରୋଷ୍ଟର ଡ୍ୟୁଟି କରି ବିକ୍ଷୋଭ ଜାରି ରଖିଛନ୍ତି ବିରୋଧୀ ସାଂସଦ । ସୋମବାର ଲୋକସଭାର ୪ ଓ ମଙ୍ଗଳବାର ରାଜ୍ୟସଭାର ୧୯ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ବୁଧବାର ଗୁଜରାଟ ମଦମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ଚାହୁଥିବା ଆପ୍ ଏମପି ସଞ୍ଜୟ ରାଉତଙ୍କ ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ୟୁପିଏ ସରକାର ତୁଳନାରେ ଏବେର ସରକାରରେ ସଂସଦରୁ ଏମପିଙ୍କୁ ନିଲମ୍ବନ ପ୍ରକ୍ରିୟା ପ୍ରାୟ ୧୭୦ ପ୍ରତିଶତ ବଢ଼ିଛି ବୋଲି କହିଛନ୍ତି କଂଗ୍ରେସ ସାଂସଦ ଜୟରାମ ରମେଶ । କଂଗ୍ରେସ, ଡିଏମକେ, ଟିଏମସି, ସିପିଏମ୍ ଓ ଆପ୍ ଏମପିମାନେ ଗୃହରେ ଦରବୃଦ୍ଧି ଓ ଜିଏସଟିକୁ ନେଇ ଆଲୋଚନା ଚାହୁଁଥିବାରୁ ସେମାନଙ୍କ ସ୍ୱରକୁ ଚପାଇ ଦିଆଯାଉଛି । ଯାହାକୁ ବିରୋଧ କରି ୫୦ ଘଣ୍ଟିଆ ଧାରଣା ଆରମ୍ଭ କରାଯାଇଛି ବୋଲି ଜୟରାମ ରମେଶ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି ।