ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ନାବାଳକ ମୃତ

କାମାକ୍ଷାନଗର: ଯାତ୍ରା ଦେଖିବାକୁ ଯାଇଥିବା ବେଳେ କୂଅରେ ପଡ଼ି ନାବାଳକ ମୃତ । କାମାକ୍ଷାନଗର ଥାନା ସରଦେଇପୁର ଗାଁରେ ଅଭାବନୀୟ ଘଟଣା । ତୁମିସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ପୁଅ ଶୁଭମ ପରିବାର ସହ ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲେ ।

ପରିସ୍ରା କରିବାକୁ ବାହାରକୁ ଆସିଥିବା ବେଳେ ଶୁଭମ କୂଅକୁ ଖସିପଡ଼ିଥିଲେ । ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ କୂଅରୁ ଶୁଭମଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଇଛି ।