୫ ମହିଳା, ଯିଏ ମାତ୍ର ୨୨ ବର୍ଷରେ ହୋଇଛନ୍ତି IAS ଅଫିସର

1 min read

ନୂଆଦିଲ୍ଲୀ: ସିଭିଲ୍‌ ସର୍ଭିସ୍ ଦେଶର ସବୁଠୁ କଠିନ ପରୀକ୍ଷା । ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା UPSC ସିଭିଲ୍‌ ସର୍ଭିସ୍ ପରୀକ୍ଷା ଦିଅନ୍ତି । କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ପରୀକ୍ଷାରେ ଅନେକ ଉତ୍ତୀର୍ଣ୍ଣ ବି ହୁଅନ୍ତି । ଆଉ ଦେଶର ପ୍ରଶାସନିକ ସେବାର ଅଂଶ ହୋଇଥାନ୍ତି । ତେବେ ଏହି ପରୀକ୍ଷାରେ ଝିଅମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି । ଆଉ ସେମାନେ  IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ସାଜିଥାନ୍ତି ଉଦାହରଣ । ଆଜି ଆମେ ଏହି ଭଳି କିଛି ମହିଳାଙ୍କ ବିଷୟରେ କହିବୁ ଯେଉଁମାନେ ଅତି କମ୍ ବୟସରେ ହୋଇପାରିଛନ୍ତି IAS ଅଫିସର୍ । ଆଉ ପ୍ରମାଣ କରିଦେଇଛନ୍ତି ଯେ କେଉଁ ବି ସ୍ୱପ୍ନକୁ ପୂରା କରିବା ଅସମ୍ଭବ ନୁହଁ । ଏଥିପାଇଁ କେବଳ ଆବଶ୍ୟକ ନିଷ୍ଠା ଓ ପରିଶ୍ରମ ।

ସ୍ମିତା ସବରୱାଲ IAS 2002:

ସ୍ମିତା ସବରୱାଲ ତାଙ୍କ ବୟସରେ ଭାରତର ସବୁଠାରୁ ଲୋକପ୍ରିୟ IAS ଅଧିକାରୀମାନଙ୍କ ମଧ୍ୟରୁ ଜଣେ । ମାତ୍ର ୨୨ ବର୍ଷ ବୟସରେ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସ୍ମିତା । ସେ UPSC CSE ୨୦୦୦ରେ ଅଲ୍ ଇଣ୍ଡିଆ ଚତୁର୍ଥ ରାଙ୍କ ହାସଲ କରିଥିଲେ । ୧୯୭୭ ମସିହାରେ ଜନ୍ମ ହୋଇଥିବା ସ୍ମିତା ସବରୱାଲ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ ପାଇଁ ଜଣାଶୁଣା । ଲୋକମାନେ ତାଙ୍କୁ ପିପୁଲ୍ସ ଅଫିସର ବୋଲି କହନ୍ତି ।

ସ୍ୱାତୀ ମୀନା- IAS 2007:

ସ୍ୱାତୀ ମୀନା ୨୦୦୭ରେ ତାଙ୍କ ବ୍ୟାଚର କନିଷ୍ଠ IAS ଅଧିକାରୀ । ସେ ରାଜସ୍ଥାନର ବାସିନ୍ଦା ଏବଂ ଅଜମେରରେ ଶିକ୍ଷା ଗ୍ରହଣ କରିଛନ୍ତି । ସ୍ୱାତୀଙ୍କୁ ତାଙ୍କ ପିତା ସିଭିଲ ସର୍ଭିସ୍ ପରୀକ୍ଷା ଦେବାକୁ ପ୍ରେରିତ କରିଥିଲେ । ଆଉ ନିରନ୍ତର ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତିରେ ସାହାଯ୍ୟ କରିଥିଲେ । କଠିନ ପରିଶ୍ରମ ପରେ, ସ୍ୱାତୀ ୨୦୦୭ରେ ହୋଇଥିବା UPSC ପରୀକ୍ଷାରେ ଅଲ୍ ଇଣ୍ଡିଆରେ ୨୬୦ ତମ ରାଙ୍କ ହାସଲ କରିଥିଲେ ଏବଂ ମାତ୍ର ୨୨ ବର୍ଷ ବୟସରେ IAS ଅଧିକାରୀ ହୋଇଥିଲେ । ସେ ସେହି ବ୍ୟାଚର କନିଷ୍ଠ IAS ଥିଲେ । ଏହା ପରେ ସେ ମଧ୍ୟପ୍ରଦେଶ କ୍ୟାଡର ପାଇଲେ । ସ୍ୱାତୀ ହେଉଛନ୍ତି ସେହି ଆଇଏଏସ୍ ଅଧିକାରୀ ଯିଏ ଖୋଲାଖୋଲି ଭାବରେ ଖଣି ମାଫିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।

ସିମି କରଣ IAS 2019:

ଓଡିଶାର ବାଲେଶ୍ୱର ବାସିନ୍ଦା ଆଇଏଏସ୍ ସିମି କରଣ ମଧ୍ଯ ୨୨ ବର୍ଷ ବୟସରେ UPSC ସିଭିଲ୍ ସର୍ଭିସେସ୍ ପାସ୍ କରିଥିଲେ । ଆଉ ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଗଲେ। ସିମି ଆଇଆଇଟି ବମ୍ବେରୁ ଜଣେ ଇଞ୍ଜିନିୟରିଂ ସ୍ନାତକ ଏବଂ UPSC CSE ପାସ କରିଥିବା ଓଡ଼ିଶାର ସବୁଠାରୁ କନିଷ୍ଠ ଝିଅ । ସେ UPSC CSE 2019ରେ ଅଲ ଇଣ୍ଡିଆ ୩୧ ସ୍ଥାନ ହାସଲ କରିଥିଲେ ।

ଅନନ୍ୟା ସିଂ IAS 2019:

ପ୍ରୟାଗରାଜର ଅନନ୍ୟା ସିଂ ନିଜ ପ୍ରଥମ ପ୍ରୟାସରେ ହିଁ ମାତ୍ର ୨୨ ବର୍ଷ ବୟସରେ UPSCରେ ସଫଳତା ହାସଲ କରିଥିଲେ । ଖାସ୍‌ କଥାଟି ହେଉଛି, ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମାତ୍ର ଗୋଟିଏ ବର୍ଷ ପ୍ରସ୍ତୁତ କରିଥିଲେ ପ୍ରୟାଗରାଜର ସେଣ୍ଟମେରି କନଭେଣ୍ଟ ସ୍କୁଲ ଛାତ୍ରୀ ଅନନ୍ୟା ଦଶମରେ ୯୬ ପ୍ରତିଶତ ମାର୍କ ଓ ଦ୍ୱାଦଶ ପରୀକ୍ଷାରେ ୯୮.୨୫ ପ୍ରତିଶତ ମାର୍କ ରଖିଥିଲେ । ଉଭୟ ଦଶମ ଓ ଦ୍ୱାଦଶରେ ସେ ଥିଲେ ଡିଷ୍ଟ୍ରିକ୍ ଟପର୍ । ମାତ୍ର ଏକ ବର୍ଷର ପରିଶ୍ରମ ପରେ ଅନନ୍ୟା ୨୦୧୯, UPSC ପରୀକ୍ଷାରେ ଅଲ୍ ଇଣ୍ଡିଆ ୫୧ ରାଙ୍କ ହାସଲ କରିଥିଲେ। ୨୦୨୦ ମସିହାରୁ ରାଜସ୍ଥାନର ଅର୍ଥ ବିଭାଗର ଯୁଗ୍ମ ସଚିବ ଅଛନ୍ତି ଅନନ୍ୟା ।

ଟିନା ଡାବି IAS 2015:

ଆଇଏଏସ୍ ଟିନା ଡାବିଙ୍କୁ କୌଣସି ପରିଚୟର ଆବଶ୍ୟକ ନାହିଁ। ତାଙ୍କ ଜୀବନ ଅନେକଙ୍କ ପାଇଁ ଏକ ପ୍ରେରଣା । ସେ ୨୦୧୫ରେ ଅଲ ଇଣ୍ଡିଆ ରାଙ୍କ ୧ ସହିତ UPSC ସିଭିଲ୍ ସର୍ଭିସେସ୍ ପାସ୍ କରିଥିବା ସବୁଠାରୁ କନିଷ୍ଠ ଝିଅ । ସେ ୨୦ ବର୍ଷ ବୟସରେ ସ୍ନାତକ ସମାପ୍ତ କରିଥିଲେ ଏବଂ ୨ ବର୍ଷର ପ୍ରସ୍ତୁତି ପରେ ସେ ମାତ୍ର ୨୨ ବର୍ଷ ବୟସରେ IAS ଅଧିକାରୀ ହୋଇଥିଲେ । ଟିନାଙ୍କ ସାନ ଉଉଣୀ ରିୟା ଦାବୀ ମଧ୍ଯ ୨୦୨୦ UPSC ପରୀକ୍ଷାରେ ଅଲ ଇଣ୍ଡିଆ ୧୫ ସ୍ଥାନ ହାସଲ କରିଥିଲେ।