ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ ନେଇ କ୍ରୀଡ଼ାବିତ ଓ ସାଧାରଣ ଜନତାଙ୍କ ସହ ୫-ଟି ସଚିବଙ୍କ ଆଲୋଚନା

1 min read

ମୟୂରଭଞ୍ଜ: ଉଦଳାରେ ଏକ ମଲ୍ଟି ପ୍ରପୋଜ ଇନ୍‌ଡୋର ଷ୍ଟାଡିୟମ ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏନେଇ କ୍ରୀଡାବିତ, ସମାଜସେବୀ ଓ ବରିଷ୍ଠ ରାଜନେତାଙ୍କ ସହ ୫-ଟି ସଚିବ ଭି. କେ. ପାଣ୍ଡିଆନ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅ।ୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା ଅଂଶଗ୍ରହଣ କରି ଉଦଳାବାସୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ରାଜ୍ୟର ଅନ୍ୟାନ୍ୟ କିଛି ପ୍ରମୁଖ ସହରବାସୀଙ୍କ ସହ ଉଦଳାର ବିଭିନ୍ନ ବର୍ଗର ଲୋକ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ତିନିଟି ସ୍ଥାନ ସହ ଭି. କେ ପାଣ୍ଡିଆନ୍ ଭିଡି଼ଓ କନଫେରେନ୍ସି ଜରିଆରେ ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୁଆଁରମୁଣ୍ଡା ଵ୍ଲକ ଓ ରାଜଗାଙ୍ଗପୁର ଵ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଭିସିରେ ଜିଲ୍ଲାର ଖେଳାଳିମାନେ ମଲ୍ଟି ପରପୋଜ ଇଣ୍ଡୋର ଷ୍ଟାଡିୟମ ମଞ୍ଜୁର କରିବା ପାଇଁ ଅନୁରୋଧ କରିଛନ୍ତି । ଜିଲ୍ଲାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି, ଲୋକ ପ୍ରତିନିଧି, ପୂର୍ବତନ ଲୋକ ପ୍ରତିନିଧି ଏବଂ ବୁଦ୍ଧିଜୀବୀମାନେ ଏହି ଭିସିରେ ସାମିଲ ହୋଇଥିଲେ । ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଥିବାରୁ ଖେଳାଳିମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ନେଇ ଡାକ୍ତରଙ୍କ ତାଲିମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Leave a Reply