spot_img

Latest Posts

ଇସ୍ରାଏଲ ରାଜଧାନୀ ଉପରକୁ ୫ ହଜାର ରକେଟ୍ ମାଡ଼

ନନ୍ଦିଘୋଷ ବ୍ୟୁରୋ: ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଘୋଷଣା । ଅବରୋଧ ହୋଇଥିବା ଗାଜା ଷ୍ଟ୍ରିପରୁ ଇସ୍ରାଏଲ ବିରୋଧରେ ଏକାଥରକେ ମାଡ କରାଯାଇଛି ୫ ହଜାରରୁ ଅଧିକ ରକେଟ । ପାଲେଷ୍ଟାଇନର ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଏହି ଘମାଘୋଟ ଏୟାରଷ୍ଟ୍ରାଇକରେ ଇସ୍ରାଏଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଆକ୍ରମଣରେ ପାରାଗ୍ଲାଇଡରଙ୍କୁ ସାମିଲ କରାଯାଇଛି । ଇସ୍ରାଏଲରେ ହମାସ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ରୋକିବାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନିରାପତ୍ତା ବାହିନୀର ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ।

ଏହି ଆକ୍ରମଣ ଲାଗି ହମାସକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ପରେ ଏହି ଆକ୍ରମଣ ବିଶ୍ବସ୍ତରରେ ସର୍ବବୃହତ ବୋଲି କୁହାଯାଇଛି । ଇସ୍ରାଏଲ ସୀମା ଭିତରକୁ ହମାସ ଆତଙ୍କବାଦୀ ପ୍ରବେଶ କରିଥିବା ସୂଚନା ମିଳିବା ପରେ ଗାଜାଷ୍ଟ୍ରିପରେ ସତର୍କତା ଜାରି କରାଯିବା ସହ ଲୋକଙ୍କୁ ଘରୁ ନବାହାରିବା ଲାଗି ପରାମର୍ଶ ଦିଆଯାଇଛି । ତେଣେ ହମାସ ପକ୍ଷରୁ କୁହାଯାଇଛି- ସଂଗଠନ ପକ୍ଷରୁ ଅପରେସନ ଅଲ ଆକସା ଫ୍ଲଡ ଆରମ୍ଭ ହୋଇଛି ଏବଂ ମାତ୍ର ୨୦ ମିନଟରେ ୫ ହଜାର ରକେଟ ମାଡ କରାଯାଇଛି ।

ରକେଟ୍ ମାଡ଼ ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଅଶ୍କଲେନ୍ ସହରରେ ହୋଇଥିବା ଆକ୍ରମଣର ଭିଡିଓରେ ଦେଖା ଯାଉଛି, କୋଠା ଓ ସଡ଼କରେ ଛିଡ଼ା ହୋଇଥିବା ଗାଡ଼ି ଜଳୁଛି । ତେଲ୍ ଅଭିଭରେ ରକେଟ୍ ଖସିବାରୁ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି । ଇସ୍ରାଏଲରେ ହମାସକୁ ଆତଙ୍କବାଦୀ ସଂଗଠନ କୁହାଯାଇଥାଏ । ଶନିବାର ହୋଇଥିବା ଆକ୍ରମଣକୁ ଇସ୍ରାଏଲ୍ ଆତଙ୍କବାଦୀ ଆକ୍ରମଣ କହିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ହମାସର ସଦସ୍ୟଙ୍କୁ ଦେଖିବାକୁ ମିଳିଛି । ୩ ମାସ ତଳେ ଇସ୍ରାଏଲର ଜେନିନ୍ ସହରରେ ହୋଇଥିବା ଆକ୍ରମଣରେ ୧୨ ଫିଲିସ୍ତାନୀଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ଜଣେ ଇସ୍ରାଏଲ୍ ସୈନିକ ପ୍ରାଣ ହରାଇଥିଲେ ।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଅଫସି କହିଛି ଯେ, ସେ ଖୁବ୍‌ ଶୀଘ୍ର ନିରାପତ୍ତା ମୁଖ୍ୟମାନଙ୍କ ସହିତ ବୈଠକ କରିବେ। ହାମାସ୍‌ମାନେ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେମାନେ ଶାସ୍ତି ‌ଭୋଗିବେ ବୋଲି ନେତାନ୍ୟାହୁଙ୍କ ସରକାର ଗୁରୁତ୍ବାରୋପ କରି କହିଛି। ହାମାସ ଆତଙ୍କବାଦୀମାନେ ଅନୁପ୍ରବେଶ କରିଥିବା ଅଭିଯୋଗ ହେବା ପରେ ଦେଶର ପ୍ରତିରକ୍ଷା ବଳକୁ ମଧ୍ୟ ସତର୍କ କରାଇ ଦିଆଯାଇଛି। ଇସ୍ରାଏଲ୍‌ରୁ ପ୍ରସାରିତ ଭିଡିଓରେ ଦେଖାଯାଉଛି ଏହି ଆକ୍ରମଣରେ ‘ପାରାଗ୍ଲାଇଡର୍‌’ମାନଙ୍କୁ ନିୟୋଜିତ କରାଯାଇଛି।

Latest Posts

Don't Miss