spot_img

Latest Posts

ଆଜିଠୁ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ

ଭୁବନେଶ୍ୱର: ଆଜିଠୁ ଦୁଇଦିନିଆ କେନ୍ଦ୍ରାପଡ଼ା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ୍ । ଦିନ ୧୧ଟାରେ ସଦର ବ୍ଲକ ଜମଧରରେ ପହଞ୍ଚିବେ ଫାଇଭ-ଟି ସଚିବ । ସେଠାରେ ଆରଏମସି ଅଧୀନରେ ନିର୍ମାଣାଧୀନ କୋଲ୍ଡ ଷ୍ଟୋରେଜର ଅନୁଧ୍ୟାନ କରିବେ । ପରେ ଜଝାଙ୍ଗରେ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା କାଇଁଚ କାରିଗରୀ ବୁଲି ଦେଖିବା ସହ ମାଆମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

ବଡ଼ମୂଳବସନ୍ତରେ ମାଆମାନଙ୍କ ଦ୍ବାରା କରାଯାଇଥିବା ମତ୍ସ୍ୟ ଚାଷ ସମ୍ପର୍କରେ ଅନୁଧ୍ୟାନ କରି ପଟ୍ଟାମୁଣ୍ଡାଇ ଯିବେ ଫାଇଭ-ଟି ସଚିବ। ସେଠାରେ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ପ୍ଲମ୍ବିଂଗ ଟେକ୍ନୋଲୋଜି ପରିସରରେ ସମୀକ୍ଷା କରିବେ। ପଟ୍ଟାମୁଣ୍ଡାଇ ଇନଡୋର ଷ୍ଟାଡିୟମ ଓ ଇନଡୋର ହଲରେ ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ ପରେ ଗୋଲରାହାଟରେ ଦଧିବାମନଜୀଉ ମନ୍ଦିର ପରିଦର୍ଶନ କରିବେ ।

ଡେରାବିଶ ବ୍ଲକ ମିଶନ ଶକ୍ତି କାଫେରେ ମଧ୍ୟାହ୍ନ ଭୋଜନ ପରେ ସଂସ୍କୃତି ଭବନରେ ମିଶନ ଶକ୍ତି ମାଆମାନଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାପରେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ସମ୍ପର୍କରେ ସମୀକ୍ଷା କରିବେ ଫାଇଭ-ଟି ସଚିବ। ଏହାପରେ ରାମନଗରର ରାମଚଣ୍ଡୀ ପୀଠ ପରିଦର୍ଶନ କରି କେନ୍ଦ୍ରାପଡ଼ା ସମଗୁଡ଼ିଆରେ ନବନିର୍ମିତ ୩୦୦ବେଡ ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି। ଆଜି କେନ୍ଦ୍ରାପଡ଼ାରେ ରାତି ରହଣି ପରେ ଆସନ୍ତାକାଲି ମଧ୍ୟ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ-ଟି ସଚିବ।

Latest Posts

Don't Miss