ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରରେ 5T ସଚିବ ଭିକେ ପାଣ୍ଡିଆନ
1 min read
ଭୁବନେଶ୍ୱର: ମଞ୍ଚେଶ୍ବର ସ୍ଥିତ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ 5T ସଚିବ ଭିକେ ପାଣ୍ଡିଆନ । ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରୁଛନ୍ତି 5T ସଚିବ । ଭିତ୍ତିଭୂମି, ଆଇଟି କମ୍ପାନୀଙ୍କ ପାଇଁ ଥିବା ସୁବିଧା ନେଇ ଅନୁଧ୍ୟାନ କରୁଛନ୍ତି । ତାଲିମ ନେଉଥିବା ପିଲାଙ୍କ ସହ କଥା ହୋଇଛନ୍ତି । 5 T ସଚିବଙ୍କ ସହ ଅଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା । ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି । ଆଇବିଏମ୍, ଡେଲଏଟ୍ ଓଡ଼ିଶା ଆସିବା ପାଇଁ ବାଟ ଫିଟିଛି । ବିଶ୍ବସ୍ତରରେ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ପୁଅ କମାଲ୍ କରୁଛନ୍ତି । ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର ।