ଦିନ ରାତି କାମ କରୁଥିବା ସରପଞ୍ଚଙ୍କୁ ୫-ଟି ସଚିବଙ୍କ ପ୍ରଶଂସା: ନିଜର ଓ ନିଜ ଟିମ୍‌ର ଯତ୍ନ ନେବାକୁ ଦେଲେ ପରାମର୍ଶ

1 min read

ଭୁବନେଶ୍ୱର: ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲାର ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସେକ୍ରେଟେରୀ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଶୁକ୍ରବାର ଦକ୍ଷିଣ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ କରି ସ୍ଥିତି ପରଖିଛନ୍ତି ରାଜ୍ୟ ସରକାରଙ୍କ ଏହି ୨ ଅଧିକାରୀ । ଗସ୍ତ କାର୍ଯ୍ୟକ୍ରମର ପ୍ରଥମାର୍ଦ୍ଧରେ ୨ ଅଧିକାରୀ ଜେ.କେ ପୁର ସ୍ଥିତ ଇଏସ୍‌ଆଇ ହସ୍ପିଟାଲ ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ ।

ରାୟଗଡାକୁ ପ୍ରାୟ ୨୫ ହଜାର ପ୍ରବାସୀ ଓଡ଼ିଆ ଫେରିବାକୁ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮ଶହ ପ୍ରବାସୀ ଫେରିଛନ୍ତି । ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଘରବାହୁଡା କରୁଥିବା ବେଳେ ଅନ୍ୟ ରାଜ୍ୟର ଶ୍ରମିକମାନେ ଜିଲ୍ଲା ଦେଇ ପ୍ରବେଶ କରୁଛନ୍ତି । ତେଣୁ ଏସବୁ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ରାୟଗଡ଼ା ପରେ ଗଜପତି ଜିଲ୍ଲାରେ ପହଞ୍ଚିଥିଲେ ୨ ଅଧିକାରୀ । ଭାରତମାତା ପରିସରରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପରିଦର୍ଶନ କରିଥିଲେ । ଏହି ହସ୍ପିଟାଲର ବିଭିନ୍ନ ଓ୍ୱାର୍ଡ ବୁଲି ଦେଖିବା ସମୟରେ ଏହାର ଶଯ୍ୟା ସଂଖ୍ୟା ୨୦୦କୁ ବୃଦ୍ଧି କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରବାସୀ ଓଡିଆଙ୍କ ପାଇଁ ହୋଇଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା ଏବଂ ଏହାର ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା କରିଥିଲେ 5-ଟି ସଚିବ ଏବଂ ଉନ୍ନୟନ କମିଶନର ।

ଏହାପରେ ହଟସ୍ପଟ୍‌ ଗଂଜାମ ଜିଲ୍ଲାରେ ମାରାଥନ ଗସ୍ତ ଏବଂ ସମୀକ୍ଷା କରିଥିଲେ । ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ସରକାରଙ୍କ ଫୋକସରେ ରହିଛି ଗଂଜାମ ଜିଲ୍ଲା । ଶେରଗଡ଼ ବ୍ଳକ୍‌ରୁ ଆରମ୍ଭ ହୋଇଥିବା ସମୀକ୍ଷା ବ୍ରହ୍ମପୁରରେ ଶେଷ ହୋଇଥିଲା । ଶେରଗଡ,ହିଞ୍ଜିଳି, କବିସୂର୍ଯ୍ୟନଗର, ଆସିକା, ପୋଲସରା ଓ ବ୍ରହ୍ମପୁରରେ ସ୍ଥିତି ସମୀକ୍ଷା କରିଥିଲେ 5-ଟି ସଚିବ । ଏହିସବୁ ବ୍ଲକରେ ପ୍ରବାସୀ ଓଡିଆ, କ୍ୱାରେଣ୍ଟାଇନ୍‌ ସେଣ୍ଟରର ପରିଚାଳନା, ଲକଡାଉନର କାର୍ଯ୍ୟକାରିତା ଏବଂ ସାମାଜିକ ଦୂରତାର ଅନୁପାଳନକୁ ଗୁରୁତ୍ୱ ଦେଇଛନ୍ତି 5-ଟି ସଚିବ । ଏଥିସହିତ ଜୀବନଜୀବିକାର ପୁନରୁଦ୍ଧାର ପାଇଁ ମନରେଗା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ନିଜ ଗସ୍ତ ସମୟରେ 5-ଟି ସଚିବ ଜିଲ୍ଳାର କିଛି ସରପଞ୍ଚଙ୍କ ସହ କଥା ହୋଇଛନ୍ତି । ପ୍ରବାସୀଙ୍କ ସହ ଡିଲ୍ କରୁଥିବା ବେଳେ ସରପଞ୍ଚମାନେ ସମ୍ମୁଖିନ ହେଉଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଏଥିରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦେଇଛନ୍ତି ।

୫-ଟି ସଚିବ ସରପଞ୍ଚଙ୍କ ସହ କଥାବାର୍ତ୍ତାବେଳେ ସେମାନେ ଦିନ-ରାତି କାମ କରୁଥିବା ଜାଣିବାକୁ ପାଇଥିଲେ । ସେ ଏ ବିଷୟରେ ଅବଗତ ହେବା ପରେ ଏ ନେଇ ଖୁସି ବ୍ୟକ୍ତି କରିବା ସହ ସେମାନଙ୍କୁ ପ୍ରଶଂସା କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କରୋନା ମୁକାବିଲା ନେଇ ବିଶ୍ୱାସକୁ ନେଇଥିବାରୁ ସେମାନେ ମଧ୍ୟ ଖୁସି ଓ ଗର୍ବିତ ଅନୁଭବ କରିଥିବା କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ଅନ୍ତର୍ଭୁକ୍ତ କରିଥିବାରୁ ସରପଞ୍ଚମାନେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ।  ଗଞ୍ଜାମରେ ପରପଞ୍ଚଙ୍କ ସହ ଆଲୋଚନା ବେଳେ ସଂକ୍ରମଣ ସଂଖ୍ୟା ନେଇ ଭୟଭୀତ ବା ବିଚଳିତ ନହେବାକୁ 5-ଟି ସଚିବ ପରାମର୍ଶ ଦେଇଛନ୍ତି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବାକୁ ଗୋଷ୍ଠୀ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିଛି ।

https://www.facebook.com/NandighoshaTV/videos/3475588819136108/?eid=ARAOPgvaYXw_VzqYO-s4AYrts-FI1V_Z68s7A0zqrQXRaIppS8_2bqUncQskOTW_OuHxgVNU45cWWm9v

ନିଜ ଗସ୍ତ ସମୟରେ ୫-ଟି ସଚିବ ୩ଟି ଯାକ ଜିଲ୍ଲାର ଏସପିମାନଙ୍କୁ କ୍ୱାରେଣ୍ଟାଇନ୍ ସେଣ୍ଟର ଥିବା ଅଞ୍ଚଳରେ ପାଟ୍ରୋଲିଂ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ୭୫ରୁ ଅଧିକ ଅନ୍ତେବାସୀ ରହୁଥିବା କ୍ୱାରେଣ୍ଟାଇନ୍ ସେଣ୍ଟର ଅଞ୍ଚଳରେ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply