କଳାହାଣ୍ଡି ଓ ସମ୍ବଲପୁରରେ କୋଭିଡ ମେଡିକାଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ 5-T ସଚିବ

1 min read

ଭୁବନେଶ୍ୱର: ସପ୍ତାହେ ଭିତରେ ସବୁ ଜିଲ୍ଲାରେ କୋଭିଡ୍‌ ମେଡିକାଲ । କଣ୍ଟ ପୂରିବା ଆଗରୁ ଆରମ୍ଭ ହୋଇଯିବ କରୋନା ଚିକିତ୍ସା । ନିର୍ମାଣ କାର୍ଯ୍ୟ ଓ ପ୍ରସ୍ତୁତିର ତଦାରଖ କଲେ 5-T ସଚିବ । କରୋନା ବିରୋଧୀ ଯୁଦ୍ଧରେ ଆହୁରି ତୀବ୍ର ହୋଇଛି ପ୍ରସ୍ତୁତି । ଯୁଦ୍ଧକାଳୀନ ଭିତ୍ତିର ନିର୍ମାଣ ଚାଲିଛି କୋଭିଡ ହସପିଟାଲ । ବୁଧବାର କଳାହାଣ୍ଡି ଓ ସମ୍ବଲପୁରରେ କୋଭିଡ ମେଡିକାଲ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଓ ନଗର ଉନ୍ନୟନ ସଚିବ ସୁରେଶ ମହାପାତ୍ର । ଆଇସିୟୁ ,କ୍ୱାରେଣ୍ଟାଇନ୍‌ ଏବଂ ଆଇସୋଲେସନ୍‌ ବ୍ୟବସ୍ଥା ବୁଲିଦେଖିବା ସହ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ବାରିପଦା ବାଙ୍କିଶୋଳ କିମ୍ସ ପରିସରରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍‌ ମେଡିକାଲ । ୨ଶହ ଶଯ୍ୟା ଏବଂ ୨୦ଟି ଆଇସିୟୁର ବ୍ୟବସ୍ଥା ଥିବା ବେଳେ ମୁତୟନ ହୋଇଛନ୍ତି ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ୨୦ ଜଣ ଡାକ୍ତର । ଓଏମସି ସହାୟତାରେ ମେଡିକାଲର ପରିଚାଳନା ଦାୟିତ୍ୱ ନେଇଛି କିମ୍ସ । ସେପେଟେ ସୋନପୁର ହିକୁଡି ହେଲଥ କେୟାର ସେଣ୍ଟରରେ ନବନିର୍ମିତ କୋଭିଡ ହସ୍ପିଟାଲରେ ଆରମ୍ଭ ହୋଇଛି ଚିକିତ୍ସା । ୨୦୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମନୀଷା ବାନାର୍ଜୀ ।

ସୁବର୍ଣ୍ଣପୁର ଏବଂ ମୟୂରଭଞ୍ଜକୁ ମିଶାଇ ୨୧ ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି ୨୨ଟି କୋଭିଡ ମେଡିକାଲ । ମଙ୍ଗଳବାର ବଲାଙ୍ଗିର ଏବଂ କନ୍ଧମାଳରେ ଖୋଲିଥିଲା କୋଭିଡ ମେଡିକାଲ । ଅନ୍ୟପଟେ ରାଉରକେଲା ଆଇଜିଏଚ୍‌ ଏବଂ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସରେ ନମୂନା ପରୀକ୍ଷଣ ଆରମ୍ଭ ହୋଇଛି ।

Leave a Reply