5-ଟିର ପ୍ରଭାବ, 3 ଦୁର୍ନୀତିଖୋର ପୋଲିସ ଅଧିକାରୀଙ୍କୁ ବାଧ୍ୟତା ମୂଳକ ଅବସର

1 min read

ଲୋକସେବା ଭବନ କର୍ମଚାରୀ, ଡିଏଫଓଙ୍କ ପରେ ଏବେ ପୋଲିସଙ୍କ ପାଳି । ପୋଲିସ ବିଭାଗରେ ଆରମ୍ଭ ହେଲା ଫାଇଭ-ଟି ଆକ୍ସନ। 3 ଜଣ ପୋଲିସ କର୍ମଚାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଖୋର୍ଦ୍ଧା ଜିଲ୍ଲା ଏସପିଙ୍କ କାର୍ଯ୍ୟଳୟରେ କାର୍ଯ୍ୟରତ ଏସଆଇ ବନମାଳି ନାୟକଙ୍କୁ ବାଧ୍ୟମୂଳକ ଅବସର ଦିଆଯାଇଛି। ତାଙ୍କର କାର୍ଯ୍ୟକଳା ଆହୁରି 4 ବର୍ଷ ଥିଲା। ସେହିଭଳି ଏସଆଇ ବୀରବର ଲେଙ୍କା ଓ କିଶୋର କୁମାର ବାଗକୁ ମଧ୍ୟ ବାଧ୍ୟମୂଳକ ଅବସର ଦିଆଯାଇଛି। ତିନି ଜଣଙ୍କ ନାମରେ ଭିଜିଲାନ୍ସ ମାମଲା ରହିଥିଲା। ଭିଜିଲାନ୍ସ ଏ ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇଥିଲା। ଅନ୍ୟପଟେ ରାଜ୍ୟରେ ଅନ୍ୟ କୈାଣସି ପୋଲିସ ଅଧିକାରୀଙ୍କର ଟ୍ରାକ ରେକର୍ଡ ବିରୋଧରେ ପ୍ରମାଣ ଆସିଲେ ସେମାନଙ୍କ ବିରୋଧରେ ମଧ୍ୟ ନିୟମ ଲାଗୁ ହେବା ସହ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ପୋଲିସ ଡିଜି କହିଛନ୍ତି।

ଅନ୍ୟପଟେ ଭୁଲ ତଦନ୍ତପାଇଁ ନୟାଗଡର ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଫତେଗଡ ଥାନାର କାର୍ଯ୍ୟରତ ASI ଅପର୍ତ୍ତି ସାହୁ ଓ ଦର୍ପନାରାୟଣପୁର ଫାଣ୍ଡିର କନେଷ୍ଟବଳ ଅଚ୍ୟୁତାନନ୍ଦ ପ୍ରଧାନଙ୍କୁ ଫାଇଭ-ଟି ଆଧାରରେ ନୟାଗଡ ଏସପି ଶଶିଭୂଷଣ ଶତପଥୀ ନିଲମ୍ବିତ କରିଛନ୍ତି। ଫାଇଭ-ଟି ଫର୍ମୁଲାରେ ଆକ୍ସନ ପରେ ପୁରା ବିଭାଗରେ ଛନକା ପଶିଛି। ଅନେକ ଲାଞ୍ଚୁଆ ପୋଲିସ ଅଫିସରଙ୍କ ମଧ୍ୟରେ ଭାଳେଣି ପଡିଲାଣି । କେତେବେଳେ କେଉଁ ମୁହୁର୍ତ୍ତରେ ବାଧ୍ୟତା ମୂଳକ ଅବସର ଖଣ୍ଡା ଝୁଲିପାରେ। ପୂର୍ବରୁ ଅନେକ ତଳିଆ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁରେ ଭିଜିଲାନ୍ସ ଭଳି ମାମଲା ରହିଛି। ବାଳକାଟି ଫାଣ୍ଡି ଦେବେନ୍ଦ୍ର ସାହୁ ଓ ଜଟଣୀର ପୂର୍ବତନ ଥାନା ଅଧିକାରୀ ସଂଜୀବ ମହାନ୍ତିଙ୍କ ଟିଟୋ ଲିଙ୍କ ପରେ ଭିଜିଲାନ୍ସ ଚଢାଉ କରିଥିଲା। କିଛିଦିନ ତଳେ ଅଭିଯ଼ୁକ୍ତଙ୍କ ସହ ସେଲଫି ନେଇ ବିବାଦ ଘେରକୁ ଆସିଥିଲେ ଆଇଆଇସି ବୁଲୁ ମୁଣ୍ଡା। ')}

Leave a Reply