କଳିଙ୍ଗ ଷ୍ଟାଡିୟମରେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ସ୍କିପିଂ କରୁଥିବାର ଦୃଶ୍ୟ

1 min read

ଭୁବନେଶ୍ୱର : ସ୍ପୋର୍ଟି ଲୁକରେ କାର୍ତ୍ତିକ ପାଣ୍ଡିଆନ । କଳିଙ୍ଗ ଷ୍ଟାଡିୟମରେ ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସ୍କିପିଂ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ସକାଳୁ ସକାଳୁ ସ୍କିପିଂ କରି ଫିଟ୍ ରହିବାର ବାର୍ତ୍ତା ଦେଇଛନ୍ତି କାର୍ତ୍ତିକ । ଜଣେ ଆଥଲେଟ୍ ଭାବେ ପାଣ୍ଡିଆନ ବେଶ୍ ଜଣାଶୁଣା । ଏପରିକି ସେ କ୍ରୀଡ଼ା ଛାତ୍ରାବାସରେ ନିଜର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । କ୍ରୀଡ଼ା ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଛି । ସବୁବେଳେ ଖେଳକୁ ଗୁରୁତ୍ବ ଦେବା ସହ ଫିଟ୍ ରହିବାର ବାର୍ତ୍ତା ପ୍ରଦାନ କରନ୍ତି ପାଣ୍ଡିଆନ । ଖେଳିଲେ ଉଭୟ ମାନସିକ ଓ ଶାରୀରିକ ପୂର୍ତ୍ତି ମିଳିଥାଏ । ଖେଳ ଜୀବନରେ ଏକ ସୁସ୍ଥ ଅନୁଭୂତି ଦେଇଥାଏ । କାର୍ତ୍ତିକଙ୍କ ଖେଳ ପ୍ରତି ଭଲପାଇବା ଓଡ଼ିଶାକୁ ଜାତୀୟ କ୍ରୀଡ଼ା ରାଜଧାନୀ ଭାବେ ରୂପାନ୍ତରିତ କରୁଛି  ।