ଉଚ୍ଚ ଶିକ୍ଷା ବିଭାଗ ପାଇଁ 5-T ଆକ୍ସନ ପ୍ଳାନ: ଏଣିକି ଶିକ୍ଷକମାନଙ୍କ ପାଇଁ ୭ଘଣ୍ଟାର ଉପସ୍ଥାନ ବାଧ୍ୟତାମୂଳକ

1 min read

ଭୁବନେଶ୍ୱର: ସରକାରଙ୍କ 5-T କାର୍ଯ୍ୟକ୍ରମରେ ସାମିଲ ହେଲା ଉଚ୍ଚଶିକ୍ଷା ବିଭାଗ । ଏନେଇ ପ୍ରସ୍ତୁତି ହୋଇଛି ଆକ୍ସନ ପ୍ଳାନ୍‌ । ଆଉ ଚୂଡ଼ାନ୍ତ ଆକ୍ସନ ପ୍ଳାନ୍‌ର କାର୍ଯ୍ୟକାରୀ ନେଇ ଯୋଜନା ଓ ସଂଯୋଜନା ବିଭାଗକୁ ଚିଠି ଲେଖିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ଡେପୁଟୀ ସେକ୍ରଟେରୀ ।


ଚୂଡ଼ାନ୍ତ ଆକ୍ସନ ପ୍ଳାନ ଅନୁଯାୟୀ ଉଚ୍ଚ ଶିକ୍ଷା ବିଭାଗରେ ଗଠନ ହେବ ସ୍କାଲାରସିପ୍ କାଉନସିଲ । ଶିକ୍ଷକମାନଙ୍କ ୭ ଘଣ୍ଟା ଉପସ୍ଥାନ ବାଧ୍ୟତାମୂଳକ ହେବ ଆଉ ଏହାକୁ ବାୟୋମେଟ୍ରିକସ୍ ଦ୍ୱାରା ସୁନିଶ୍ଚିତ କରାଯିବ । ପରୀକ୍ଷା ଦେବା ଲାଗି ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ୭୫% ଉପସ୍ଥାନ ରହିବା ଆବଶ୍ୟକ । ଲାପଟପ୍‌ ବାଣ୍ଟିବା ଲାଗି ରାଜ୍ୟସ୍ତରୀୟ ବଦଳରେ ଜିଲ୍ଲା ଓ ବ୍ଲକସ୍ତରୀୟ ମେଧାବୀ ତାଲିକା ବଛା ଯାଇ ଲାପଟପ୍‌ ବଣ୍ଟାଯିବ ।

SMASରେ ଛାତ୍ରଛାତ୍ରୀମାନେ ଫିଡ୍‌ବ୍ୟାକ ଦେଇପାରିବେ । ରାଜ୍ୟ ତଥା ଦେଶ ବାହାରର ଶିକ୍ଷା ଶୈଳୀକୁ ଅନୁଧ୍ୟାନ ଶିକ୍ଷକମାନଙ୍କୁ ବାହାରକୁ ପଠାଯିବ । ବିଶ୍ୱବିଦ୍ୟାଳୟ ସ୍ତରରେ କ୍ୟାରିୟର କାଉନସେଲିଂ ସେଲକୁ ସୁଦୃଢ କରାଯିବ । ସର୍ବଭାରତୀୟ ସେବା ପରୀକ୍ଷାର ପ୍ରସ୍ତୁତି ନେଇ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯିବ । ବାହାର ରାଜ୍ୟରେ କୋଚିଂ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ସହଯୋଗ କରାଯିବ ।

ନୂଆ ଆକ୍ସନ ପ୍ଲାନ୍ ଅନୁସାରେ ‘ମୋ କଲେଜ’ର ଗଠନ କରାଯିବ । ଯାହାଦ୍ୱାରା କଲେଜର ପୁରାତନ ଛାତ୍ରଛାତ୍ରୀ କିମ୍ୱା ଅନ୍ୟ ଅଗ୍ରହୀ ବ୍ୟକ୍ତି କଲେଜର ଉନ୍ନତି ନେଇ ସହଯୋଗ କରିପାରିବେ ।

Leave a Reply