ଦେଶର ୫ ରାଜ୍ୟରେ ରହିଛି ୫୬ ପ୍ରତିଶତ କରୋନା ସକ୍ରିୟ ମାମଲା
ନୂଆଦିଲ୍ଲୀ: ଦେଶର ୫ ରାଜ୍ୟରେ ୫୬ ପ୍ରତିଶତ କରୋନା ସକ୍ରିୟ ମାମଲା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଯେଉଁ ରାଜ୍ୟ ଭିତରେ ଉତ୍ତର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ମହାରାଷ୍ଟ୍ର ରହିଛି ।
କରୋନା ସଂକଟରେ ଆଶ୍ୱସ୍ତି ଆଣିଛି ଆରୋଗ୍ୟ ହାର । ଦେଶରେ ୯୫ ପ୍ରତିଶତ ଟପିଛି ସୁସ୍ଥତା ହାର। ଉତ୍ତର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, କେରଳ ଓ ମହାରାଷ୍ଟ୍ରରେ ଅଧାରୁ ଅଧିକ ସଂକ୍ରମିତ ଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ମହାରାଷ୍ଟ୍ରରେ କରୋନା ସକ୍ରିୟ ସଂଖ୍ୟା ବର୍ତ୍ତମାନ ୭୧ ହଜାର ୩୫୬ ରହିଥିବା ବେଳେ ୧୭ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି।
ସେହିପରି କେରଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ଉପରେ ରହିଛି । ଉତ୍ତରପ୍ରଦେଶରେ ୧୮ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହଛି। ଛତିଶଗଡ଼ରେ କରୋନା ସକ୍ରିୟ ସଂକ୍ରମିତ ସଂଖ୍ୟା ୧୭ ହଜାର ଉପରେ ରହିଛି । ଏହାବ୍ୟତୀତ ପଶ୍ଚିମବଙ୍ଗରେ ୨୦ ହଜାରରୁ ଅଧିକ ଆକ୍ଟିଭ୍ କେସ୍ ରହିଛି ।