ଆସନ୍ତା ସପ୍ତାହରେ ବଢ଼ିପାରେ ପେଟ୍ରୋଲ୍ ଓ ଡିଜେଲ ଦର, ୨୦୧୪ ପରେ ଅଶୋଧିତ ତୈଳ ମୂଲ୍ୟ ସର୍ବାଧିକ

1 min read
5 State Elections Petrol Diesel Rate May Hike In Next Week Russia

ନୂଆଦିଲ୍ଲୀ: ଖୁବଶୀଘ୍ର ଦେଶରେ ବଢ଼ିବ ତୈଳଦର । ଆସନ୍ତା ସପ୍ତାହରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ସହ ବଢ଼ିପାରେ ପେଟ୍ରୋଲ ଓ ଡିଜେଲ୍ ଦାମ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୧୦୦ ଡଲାର ଡେଇଁଛି । ଯେଉଁଥିପାଇଁ ତୈଳ କମ୍ପାନୀ ସାମାନ୍ୟ ଲାଭ ପାଇବା ପାଇଁ ପେଟ୍ରୋଲ-ଡିଜେଲ ଲିଟର ପିଛା ୯ ଟଙ୍କା ଲେଖାଏ ବଢ଼ାଇ ପାରନ୍ତି ।

ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଋଷରୁ ଅଶୋଧିତ ତୈଳ ଆମଦାନୀ ବାଧାପ୍ରାପ୍ତ ଆଶଙ୍କା ରହିଛି । ଏହାରି ଭିତରେ ଅଶୋଧିତ ତୈଳ ଦର ୨୦୧୪ ପରେ ପ୍ରଥମ ଥର ପାଇଁ ବ୍ୟାରେଲ୍ ପିଛା ୧୧୦ ଡଲାର ରହିଛି । ଭାରତ କିଣୁଥିବା ଅଶୋଧିତ ତୈଳଦର ମାର୍ଚ୍ଚ ୧ରେ ବ୍ୟାରେଲ ପିଛା ୧୦୨ ଡଲାରରୁ ଅଧିକ ରହିଛି । ଯାହାର ମୂଲ୍ୟ ୨୦୧୪ ଅଗଷ୍ଟରେ କିଣା ଯାଇଥିବା ଅଶୋଧିତ ତୈଳଦର ଠାରୁ ଅଧିକ ।

 5 State Elections Petrol Diesel Rate May Hike In Next Week Russia

ଗତବର୍ଷ ତୈଳଦର ହୁ ହୁ ହୋଇ ବଢ଼ିବା ପରେ ନଭେମ୍ବରରେ ଦର ଉପରେ ଲଗାମ ଲାଗିଥିଲା । ସେତେବେଳେ ଅଶୋଧିତ ତୈଳଦର ବ୍ୟାରେଲ୍ ପିଛା ୮୧.୫ ଡଲାର ଥିଲା । ବ୍ରୋକରେଜ କମ୍ପାନୀ ଜେ.ପି. ମାର୍ଗନ ଅନୁସାରେ, ଆସନ୍ତା ସପ୍ତାହରେ ୫ ରାଜ୍ୟ ନିର୍ବାଚନ ସରିବ । ଏଥିସହ ପ୍ରତିଦିନ ପେଟ୍ରୋଲ, ଡିଜେଲ୍ ଦାମ ବଢ଼ି ବଢ଼ି ଚାଲିବ ।

ଉତ୍ତରପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲାଗି ମାର୍ଚ୍ଚ ୭ରେ ମତଗ୍ରହଣ ହେବ । ମାର୍ଚ୍ଚ ୧୦ରେ ସମସ୍ତ ୫ଟି ରାଜ୍ୟର ଭୋଟ୍ ଗଣତି ହେବ । ଅଶୋଧିତ ତୈଳଦର ବଢ଼ିଥିବାରୁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପେଟ୍ରୋଲ୍ ଓ ଡିଜେଲ୍ ଉପରେ ଲିଟର ପିଛା ୫.୭ ଟଙ୍କା କ୍ଷତି ସହୁଛନ୍ତି । ଏହି କ୍ଷତିକୁ ଭରଣା କରିବା ସହ ଲାଭ ଲାଗି ଲିଟର ପିଛା ୯ ଟଙ୍କା ଅଥବା ୧୦ ପ୍ରତିଶତ ଦର ବଢ଼ିପାରେ ବୋଲି ଅନୁମାନ କରିଛି ଜେ.ପି. ମାର୍ଗନ ।

Leave a Reply