ରାସ୍ତା କଡ଼ରେ ଛକି ବସିଥିଲା ମୃତ୍ୟୁ, ଚାଲିଗଲା ୫ ଜୀବନ

ରାଉରକେଲା: ସୁନ୍ଦରଗଡ଼ ରାଜଗାଙ୍ଗପୁର ରାମାବାହାଲ ନିକଟରେ କାର ଓ ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ରାସ୍ତା କଡ଼ରେ ଶ୍ରମିକ ମାନେ କାମ କରୁଥିବା ବେଳେ ହଠାତ୍ ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିଲେ ।

ଗାଡ଼ି ଭିତରେ ଥିବା ୪ ଜଣ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି । କିନ୍ତୁ ଦୁଃର୍ଭାଗ୍ୟ ବଶତଃ ଗାଡ଼ିଟି ରାସ୍ତା କଡ଼ରେ କାମ କରୁଥିବା ୬ ଜଣ ଶ୍ରମିକ ଉପରକୁ ମାଡ଼ି ଯାଇଥିଲା । ଯାହ ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି ।

ସମସ୍ତ ଶ୍ରମିକ ରାସ୍ତାକାମରେ ନିୟୋଜିତ ଥିଲେ । ସେପଟେ କାର ମଧ୍ୟରେ ଥିବା ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଖବରପାଇବା ପରେ ରାଜଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply