କଣ ଥିଲା  ଦୀନେଶ କାର୍ତ୍ତିକଙ୍କ ସେହି ୫ଟି ନିଷ୍ପତ୍ତି, ଯାହା ଧୋନୀ ବାହିନୀଙ୍କୁ ଧରାଶାୟୀ କରିଥିଲା

ଆବୁଧାବି : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ପ୍ରତ୍ୟେକ ମ୍ୟାଚ ଚଳିତ ସିଜିନ୍ ରେ ରୋମାଞ୍ଚକର ହେବାରେ ଲାଗିଛି । ଏଠି ଦଳ ଜିତିବା ପାଇଁ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଉଛି । ହେଲେ ଟସ୍ ହାରିଥିବା ଦଳ ଜିତି ଯାଉଛି । ଆର୍ନ୍ତଜାତିକ କ୍ରିକେଟରେ ରେକର୍ଡର ପାହାଡ଼ ସୃଷ୍ଟି କରିଥିବା ଖେଳାଳିଙ୍କୁ ନବ ପ୍ରତିଭା ମାତ ଦେଉଛନ୍ତି । ଦିନ ଗଡ଼ିବା ସହ ପ୍ରତିଟି ମ୍ୟାଚ ରୋମାଞ୍ଚକର ହେବାରେ ଲାଗିଛି । ପ୍ରତ୍ୟେକ ମ୍ୟାଚରେ କିଏ ବିଜୟୀ ହେବ, ତାହା ଶେଷ ଓଭରରେ ଜଣାପଡିଛି । ଖାସ ଏଥିପାଇଁ ତ କ୍ରିକେଟ ପ୍ରେମୀ ପସନ୍ଦ ଆଇପିଏଲ ।

ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକତା ନାଇଟ ରାଇଡର୍ସ ଏକ ରୋମାଞ୍ଚକର ମୁକାବିଲାରେ ପରସ୍ପରକୁ ବୁଧବାର ଭେଟିଥିଲେ । ଏଥିରେ ପ୍ରଥମରୁ ଭଲ ଖେଳି ଆସୁଥିବା ଚେନ୍ନାଇ ଶେଷରେ ହାରି ଯାଇଥିଲା । ଯାହା କେବଳ ଚେନ୍ନାଇ ଫ୍ୟାନମାନଙ୍କୁ ନିରାଶ କରିନି । କ୍ରିକେଟ ପ୍ରେମୀଙ୍କୁ ଏକ ପ୍ରକାର ଆଶ୍ଚର୍ଯ୍ୟଚକିତ କରିଛି । ଉକ୍ତ ମ୍ୟାଚକୁ ୧୫ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଏହାକୁ ନେଇ ଚର୍ଚ୍ଚା ଥମିବାରେ ଲାଗୁନି ।

ତେବେ ଆସନ୍ତୁ ଆଲୋଚନା କରିବା ଦିନେଶଙ୍କ ସେହି କେତୋଟି ନିଷ୍ପତ୍ତି, ଯାହା ଧୋନୀ ବାହିନୀ ହାତରୁ ମ୍ୟାଚକୁ ଛଡ଼ାଇ ନେଇଥିଲା । ଗତକାଲି ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଯଦି ୫ ବର୍ଷର ଇତିହାସକୁ ଦେଖାଯାଏ, ତେବେ ପ୍ରଥମ ଥର ପାଇଁ କେକେଆର ପ୍ରଥମଥର ପାଇଁ ଟସ୍ ଜିତି ବ୍ୟାଟିଂ ନେଇଥିଲା । ଶେଷଥର ପାଇଁ ଏହି ଦଳ ୨୦୧୫ରେ ଟସ ଜିତି ବ୍ୟାଟିଂ ନେଇଥିଲା । ସେହିପରି ଚଳିତ ଥର ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ଅଧିକ ଆଇପିଏଲ ମ୍ୟାଚରେ ବିଜୟୀ ହୋଇଛି ।

ଦ୍ୱିତୀୟରେ ପ୍ରଥମଥର ପାଇଁ ସୁନୀଲ ନାରିନ ପ୍ରଥମ ୧୦ ଓଭର ଅଥବା ପାୱାର ପ୍ଲେରେ ବୋଲିଂ କରି ନଥିଲେ । ଯାହା ପ୍ରଥମଥର ପାଇଁ ଦେଖା ଦେଇଥିଲା । ନାରିନ ହିଁ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉଟ କରି କୋଲକତାର ବିଜୟକୁ ସୁନିଶ୍ଚିତ କରିଥିଲେ । ତୃତୀୟତଃ ସାଧାରତଚଃ ପ୍ରଥମ ୬ ଓଭରରେ ୩ରୁ ୪ ବୋଲର ବୋଲିଂ କରିଥାନ୍ତି । ହେଲେ ଗତକାଲି କୋଲକତାର ଦୁଇଜଣ ବୋଲର ହିଁ ପ୍ରଥମ ୬ ଓଭର ବୋଲିଂ କରିଥିଲେ । ଏହି ୨ ବୋଲର ଥିଲେ ପାଟ କମିଂସ ଏବଂ ଶିବମ ମାଭୀ ।

ସେହିପରି ଚତୁର୍ଥରେ କୋଲକତା ଦୀର୍ଘଦିନ ଧରି ସୁନୀଲ ନାରିନଙ୍କୁ ଓପନିଂ କରାଇ ଆସୁଥିଲା । ହେଲେ ଗତକାଲି ସମସ୍ତଙ୍କୁ ଚକିତ କରି ଶୁଭମ ଗିଲ ଏବଂ ରାହୁଲ ତ୍ରିପାଠୀ ଆସିଥିଲେ । ଯାହା ସମସ୍ତଙ୍କୁ ଚକିତ କରି ଦେଇଥିଲା । ସେହିପରି ଅନ୍ୟ ଏକ ନିଷ୍ପତ୍ତି ଦୀନେଶ କାର୍ତ୍ତିକ ନେଇଥିଲେ । ନିଜେ ବ୍ୟାଟିଂ କରିବାକୁ ଆସିବା ପୂର୍ବରୁ ଦୀନେଶ ଆନ୍ଦ୍ର ରସେଲ ଏବଂ ମୋର୍ଗାନକୁ ପଠାଇଥିଲେ । ଉପରୋକ୍ତ ସମସ୍ତ ନିଷ୍ପତ୍ତି କୋଲକତାଙ୍କୁ ଏହି ଚିତ୍ତାକର୍ଷକ ବିଜୟ ଆଣିଦେଇଥିଲା ।

 

Leave a Reply