ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା, କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ୍ୟୁ

1 min read

ବିଶାଖାପଟନମ୍: କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ । ଆନ୍ଧ୍ରପ୍ରଦେଶରେ ଘଟିଛି ଏହି ଅଘଟଣ । ଟ୍ରେନ୍ ଲାଇନରେ ବସିଥିବା ଯାତ୍ରୀଙ୍କୁ ଧକ୍କା ଦେଇଥିଲା କୋଣାର୍କ ଏକ୍ସପ୍ରେସ । ଶ୍ରୀକାକୁଲମ ବୁଟଓ୍ୱା ନିକଟରେ ସିକନ୍ଦରାବାଦ-ଗୌହାଟି ଏକ୍ସପ୍ରେସ ଅଟକିଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଥିଲା ଏକ୍ସପ୍ରେସ । ଏହି ଟ୍ରେନର କିଛି ଯାତ୍ରୀ ଟ୍ରେନ ଲାଇନକୁ ଓହ୍ଳାଇ ବସିଥିଲେ । କିନ୍ତୁ ଏହି ସମୟରେ ଟ୍ରେନ ଲାଇନରେ ବସିଥିବା ଯାତ୍ରୀଙ୍କୁ ଧକ୍କା ଦେଇଥିଲା ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା କୋଣାର୍କ ଏକ୍ସପ୍ରେସ । ଯାହା ଫଳରେ ୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଟ୍ରେନ ଧକ୍କାରେ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ।