spot_img

Latest Posts

ବାୟୁସେନା ମୁଖ୍ୟଙ୍କ ଦାବି ,ଅପରେସନ୍ ସିନ୍ଦୂରରେ ୫ ପାକ୍ ଲଢୁଆ ବିମାନକୁ ଖସାଇଥିଲା ଭାରତ

ବେଙ୍ଗାଲୁରୁ : ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ହୋଇଥିବା କ୍ଷୟକ୍ଷତି ବିଷୟରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ଏକ ବଡ଼ ଖୁଲାସା କରିଛନ୍ତି। ବେଙ୍ଗାଲୁରୁରେ ଆୟୋଜିତ ଏୟାର ଚିଫ ମାର୍ଶାଲ ଏଲଏମ କାତ୍ରେ ଲେକ୍ଚର ସମୟରେ ସେ କହିଛନ୍ତି ଯେ ଅପରେସନ ସିନ୍ଦୁର ଅଧୀନରେ ଭାରତୀୟ ବାୟୁସେନାର ଏୟାର ଡିଫେନ୍ସ ସର୍ଫେସ-ଟୁ-ଏୟାର ମିସାଇଲ ସିଷ୍ଟମ ପାକିସ୍ତାନର ୫ଟି ଫାଇଟର ଜେଟ ଏବଂ ଗୋଟିଏ ଏଡବ୍ଲୁଏସିଏସ (AWACS) ବିମାନକୁ ମାରି ପକାଇଛି।

ସେ ଆହୁରି କହିଛନ୍ତି ଯେ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଏହି ପାକିସ୍ତାନୀ ବିମାନଗୁଡ଼ିକୁ ମାରି ଖସାଇଥିଲା, ଯେଉଁଥିରେ ଏକ ଏଇଡବ୍ଲୁଇସି/ଇଏଲଆଇଏନଟି (AEW&C/ELINT) ବିମାନକୁ ୩୦୦ କିଲୋମିଟର ଦୂରତାରୁ ନିଶାନା କରାଯାଇଥିଲା  । ଏହା ସହିତ ବାୟୁସେନା ମୁଖ୍ୟ ଏପି ସିଂହ,ଲସ୍କର ଏ ତୋଇବାର ମୁରଦିକ୍ ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣର ଭିଡିଓ ଦେଖାଇ ଆକ୍ରମଣ ପୂର୍ବରୁ ଓ ପରେ ଚିତ୍ର କେମିତି ଥିଲା ତାହା କହିଛନ୍ତି । ସେ ଭିଡିଓ ଦେଖାଇ ମୁରଦିକ୍ ମୁଖ୍ୟାଳୟର କେଉଁ ବିଲ୍ଡିଂରେ ଲସ୍କର ଛାମୁଁଆ ନେତା ରହୁଥିଲେ,କେଉଁଠାରେ ମିଟିଂ କରୁଥିଲେ ତାହାର ସୂଚନା ମଧ୍ୟ ଦେଇଥିଲେ ।

Latest Posts

Don't Miss