ଯାତ୍ରୀଙ୍କ ସଂଖ୍ୟା ଅଧିକ ହେବାରୁ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ ଟ୍ରେନରେ ଲାଗିଲା ୫ ନୂଆ ବଗି

1 min read

ଭୁବନେଶ୍ୱର:  ଆଜିଠାରୁ ଟ୍ରେନ୍ ଯାତ୍ରା ପୁଣି ଥରେ ଆରମ୍ଭ ହେଉଛି । ୧୫ଟି ସ୍ପେଶାଲ ଟ୍ରେନ୍ ଦେଶର ୧୫ ସହରକୁ ଯୋଡିବ । ସଂଧ୍ୟାରେ ବାହାରିବାକୁ ଥିବା ଟ୍ରେନ୍ ଧରିବାକୁ ଲୋକ ସକାଳୁ ସକାଳୁ ଷ୍ଟେଶନରେ ପହଂଚିଲେଣି । ଏହାମଧ୍ୟରେ ଭୁବନେଶ୍ୱରରୁ ଦିଲ୍ଲୀ ଆସିବାକୁ ଥିବା ସ୍ପେଶାଲ ଟ୍ରେନର ବଗି ସଂଖ୍ୟାକୁ ବଢାଯାଇଛି । ଅଧିକ ଯାତ୍ରୀ ହେବା କାରଣରୁ ଭୁବନେଶ୍ୱର ଛାଡିବାକୁ ଥିବା ଟ୍ରେନରେ ୫ଟି ବଗି ଅଧିକ ଲଗାଯାଇଛି ।

ରେଳବାଇ ଅନୁସାରେ ଭୁବନେଶ୍ୱର-ଦିଲ୍ଲୀ ସ୍ପେଶାଲ ଟ୍ରେନରେ ଥାର୍ଡ ଏସିର ୪ଟି ଓ ସେକେଣ୍ଡ୍ ଏସିର ଗୋଟିଏ ଅଧିକ ବଗି ଲଗାଯାଇଛି । ଏହି ଟ୍ରେନ୍ ବୁଧବାର ଦିନ ଭୁବନେଶ୍ୱର ଛାଡିବ । ପ୍ରଥମେ ୧୭ କୋଚ୍ ସହ ଟ୍ରେନ୍ ଦିଲ୍ଲୀ ଯିବାର ଥିଲା  କିନ୍ତୁ ଅଧିକ ଟିକେଟ୍ ଡିମାଣ୍ଡ୍ କାରଣରୁ ବଗି ସଂଖ୍ୟାକୁ ୨୨ କରି ଦିଆଯାଇଛି ।

ଏହାମଧ୍ୟରେ ନୂଆଦିଲ୍ଲୀ ଷ୍ଟେଶନରେ ଯାତ୍ରୀଙ୍କ ଲମ୍ବା ଲାଇନ୍ ଲାଗିଛି । ଅନେକ ଯାତ୍ରୀ ରାତି ୨ଟାରୁ ଘରୁ ବାହାରିଥିଲେ । ସମସ୍ତ ଯାତ୍ରୀଙ୍କର କରୋନା ପରୀକ୍ଷଣ ପରେ ହିଁ ଟ୍ରେନରେ ବସିବା ପାଇଁ ଅନୁମତି ମିଳିବ । ତେଣୁ ଯାତ୍ରୀ ଆଗୁଆ ଷ୍ଟେଶନରେ ପହଂଚିବାରେ ଲାଗିଛନ୍ତି । ଷ୍ଟେଶନରେ ସାମାଜିକ ଦୂରତା ବଜାୟ ରଖିବାକୁ ରେଳବାଇ ପକ୍ଷରୁ ବିଶେଷ ପଦକ୍ଷେପ ନିଆଯାଇଛି ।

ଆଜି ଠାରୁ ଏହି ଟ୍ରେନ୍ ସବୁ ଗଡିବ

୧. ନୂଆଦିଲ୍ଲୀ-ଦିବ୍ରୁଗଡ

୨. ନୂଆଦିଲ୍ଲୀ-ବେଙ୍ଗାଲୁରୁ

୩. ନୂଆଦିଲ୍ଲୀ-ବିଳାଶପୁର

୪. ହାୱାଡା- ନୂଆଦିଲ୍ଲୀ

୫. ରାଜେନ୍ଦ୍ର ନଗର-ନୂଆଦିଲ୍ଲୀ

୬. ବେଙ୍ଗାଲୁରୁ-ନୂଆଦିଲ୍ଲୀ

୭. ମୁମ୍ବାଇ ସେଣ୍ଟ୍ରାଲ-ନୂଆଦିଲ୍ଲୀ

୮.ଅହମ୍ମଦାବାଦ-ନୂଆଦିଲ୍ଲୀ

Leave a Reply