ଉତ୍ତରାଖଣ୍ଡରେ ବରଫ ଅତଡା ଧସି ନୗେସେନାର ୫ ଯବାନ ନିଖୋଜ
1 min readଚାମୋଲି: ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାରେ ହିମସ୍ଖଳନ ହୋଇଛି । ଯେଉଁଥିରେ ଭାରତୀୟ ନୗେସେନାର ପର୍ବତାରୋହୀ ଦଳର ୧୦ ଜଣ ବରଫା ଅତଡାରେ ଧସି ଯାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ୫ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଖବର ପାଇ ଉତ୍ତରକାଶୀ ସ୍ଥିତ ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନର ଏକ ଉଦ୍ଧାରକାରୀ ଦଳ ପ୍ରିନ୍ସପାଲ୍ କର୍ଣ୍ଣଲ୍ ଅମିତ ବିଷ୍ଟଙ୍କ ନେତୃତ୍ୱରେ ବିଦାୟ ଘଟଣାସ୍ଥଳୀକୁ ଯାଇଛନ୍ତି ।
The 20 member expedition was flagged off from Mumbai on 03 Sep 21. Ten climbers had started their climb to the summit this morning, but were caught in an avalanche short of the summit. While 5 of the 10 are safe SAR for remaining 5 is in progress (2/2).
— SpokespersonNavy (@indiannavy) October 1, 2021
ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଚାମୋଲି ଏବଂ ବାଗେଶ୍ୱର ଜିଲ୍ଲାର ଜଙ୍କସନର ୭,୧୨୦ ମିଟର ଉଚ୍ଚ ଶିଖର ମାଉଣ୍ଟ ତ୍ରିଶୂଲ ଅବସ୍ଥିତ | ଭାରତୀୟ ନୗେସେନାର ୨୦ ଜଣିଆ ପର୍ବତାରୋହୀ ଦଳ ଯାଇଥିଲେ। ସେଠାରେ ଶୁକ୍ରବାର ଦିନ ବରଫ ଅତଡା ଧସିବାରୁ ଦଶ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ।