ଖୋଲିଲା ହୀରାକୁଦର ଆଉ ୫ଟି ଗେଟ୍, ଏବେ ୩୧ଟି ଗେଟରେ ପାଣି ଛଡ଼ାଯାଉଛି

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦରେ ବୃଦ୍ଧି ପାଉଛି ଜଳସ୍ତର । ଏଥିପାଇଁ ଖୋଲିଲା ହୀରାକୁଦର ଆଉ ୫ ଟି ଗେଟ୍ । ପର୍ଯ୍ୟାୟକ୍ରମେ ଖୋଲିବ ୧୪ ଟି ଗେଟ୍ । ମୋଟ ୩୧ ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ୨୬ଟି ଗେଟ୍ ଦେଇ ପୂର୍ବରୁ ନିଷ୍କାସନ ହେଉଥିଲା । ପର୍ଯ୍ୟାକ୍ରମେ ଆଜି ମୋଟ ୧୪ଟି ଗେଟ୍ ଖୋଲାଯିବ । ପୂର୍ବରୁ ୨୬ ଏବଂ ଆଜିର ୧୪ ମିଶାଇ ମୋଟ୍ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବ ।ଏବେ ଖୋଲିଲା ୫ ଗେଟ୍, ସନ୍ଧ୍ୟାସୁଦ୍ଧା ଖୋଲିବ ଆଉ ୯ ଗେଟ୍ ଖୋଲିବ ।

ମୋଟ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେବ ।  ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସୂଚନାଥାଉକି ଗତକାଲି ୮ଟି ଗେଟ୍ ବନ୍ଦ କରାଯାଇଥିଲା । ବାମପାଖରେ ୨୩, ଡାହଣପାଖରେ ୮ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଅପରାହ୍ନ ୩ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୫୮ ଫୁଟ ରହିଥିଲା । ପ୍ରତି ସେକଣ୍ଡରେ ୭ ଲକ୍ଷ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କୁରଛି । ହୀରାକୁଦରୁ ପାଣି ମୁଣ୍ଡଳିରେ ପହଞ୍ଚିବା ପାଇଁ ୩୬ ରୁ ୪୮ ଘଣ୍ଟା ସମୟ ଲାଗୁଛି ।

୧୪ ଗେଟ୍ ଖୋଲିବା ପରେ ବି ମଧ୍ୟମ ଧରଣର ବନ୍ୟା ରହିବ । ଆଗକୁ ଆଉ ଏକ ଲଘୁଚାପ ଆସୁଛି । ତାହାକୁ ନଜରରେ ରଖି ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୁଇ ତିନିଦିନ ବର୍ଷା ନଥିବାରୁ ଜଳଭଣ୍ଡାର ପାଣି ଛାଡିବାରେ ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟି ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ହେଉଛି । ୪୦ ଗେଟ୍ ଖୋଲିଲେ ବିଶେଷ ଅସୁବିଧା ହେବନାହିଁ ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।