spot_img

Latest Posts

ବାହାର ରାଜ୍ୟରୁ ଆସୁଛନ୍ତି, ଭୁବନେଶ୍ୱରରେ କରୁଛନ୍ତି ଚୋରି, ଡକାୟତି

ଭୁବନେଶ୍ୱର: ବାହାର ରାଜ୍ୟରୁ ଆସୁଛନ୍ତି, ଭୁବନେଶ୍ବରରେ ଲୁଟପାଟ କରୁଛନ୍ତି। କବାଡ଼ିଆ ଦୋକାନୀ ଓ କମ୍ବଳ ବେପାରୀ ଭାବେ କାମ କରୁଛନ୍ତି। ଆଉ କେହିକେହି ବଞ୍ଜାରା ଭାବେ ବୁଲୁଥିବା ବେଳେ ସେମାନଙ୍କ ପାଖରେ କିନ୍ତୁ ରହିଛି ସାତିର୍ ଦିମାଗ। ସେମାନଙ୍କ ଲୁଟର ତରିକା ଦେଖି ପୋଲିସ ମଧ୍ୟ ତାଜୁବ। ନୟାପଲ୍ଲୀ ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ହାତରେ ପଡିଛନ୍ତି ଏଭଳି ୫ ଜଣିଆ ବଞ୍ଜାରା ଲୁଟେରା ଗ୍ୟାଙ୍ଗ।

ଅଭିଯୁକ୍ତ ମାନେ ହେଲେ କିଶୋର ମହାନ୍ତି, ମୋମିମ ମଲ୍ଲିକ, ଏସ୍.କେ. ଔରଙ୍ଗଜେବ, ପ୍ରଭାତ ସାହୁ, ଇକଲାକୁଲ ରେହମାନ। ମାଷ୍ଟରମାଇଣ୍ଡ ମୋମିମ ମଲ୍ଲିକର ଘର ପଶ୍ଚିମବଙ୍ଗ ମେଦିନାପୁରରେ। ଅନ୍ୟ ଅଭିଯୁକ୍ତଙ୍କ ଘର ଜଗତସିଂହପୁର, ଡୁମୁଡୁମା, କେନ୍ଦ୍ରାପଡା, ବାଲିଅନ୍ତା ବୋଲି ଜଣାପଡିଛି। ଦିନରେ ଏହି ଅଭିଯୁକ୍ତ ମାନେ ଗଳିକନ୍ଦି ବୁଲି ବୁଲି ଜିନିଷ ବିକ୍ରି କରନ୍ତି ଏବଂ ରାତିରେ ଲୁଟପାଟ୍ କରନ୍ତି। ଅଭିଯୁକ୍ତଙ୍କଠାରୁ ୨୩୪ ଗ୍ରାମ ସୁନା, ୪୪୦ ଗ୍ରାମ ରୁପା, ପାଞ୍ଚଟି ପାଣି ପମ୍ପ, ଆକ୍ବାଗାର୍ଡ, ପିତ୍ତଳ ବାସନ, ଆକ୍ଟିଭା ଗାଡି ଆଦି ଜବତ ହୋଇଛି।

ଭୁବନେଶ୍ବରର ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁ ରେ ଡକାୟତି ମାମଲା ରହିଛି । ଚନ୍ଦ୍ରଶେଖରପୁର, ଇନଫୋସିଟି ଅଞ୍ଚଳରୁ ଲୁଟ କରିବାରେ ବିଫଳ ହୋଇଥିବା ଜାଣିବାକୁ ପାଇଛି ପୋଲିସ। ଅଭିଯୁକ୍ତଙ୍କ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା କହିଛନ୍ତି ଡିସିପି।

Latest Posts

Don't Miss