ଛତିଶଗଡ଼ରରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ…

1 min read

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲା କୋରାଜଗୁଡ଼ା ପାହାଡ଼ରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବଡ଼ଧରଣର ଗୁଳିବିନିମୟ ହୋଇଛି । ଏଥିରେ ମାଓ କ୍ୟାମ୍ପ ଧ୍ୱଂସ ସହିତ ୪ ରୁ ୫ଜଣ ମାଓବାଦୀ ପ୍ରାଣ ହରାଇଥିବା ଓ ୪-୫ ଜଣ ଆହତ ହୋଇଥିବା ଅନୁମାନ କରାଯାଉଛି । ମାଓବାଦୀଙ୍କ ଗୁଳିରେ ୧୪ ଜଣ ଯବାନ ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ ୧୩ ଜଣ ସୁରକ୍ଷାକର୍ମୀ ନିଖୋଜ ଅଛନ୍ତି । ଛତିଶଗଡ଼ ପୋଲିସ ଡିଜି ଡି.ଏମ୍‌. ଅବସ୍ଥି କହିଛନ୍ତି ଯେ, ଡିଆରଜି-ଏସ୍‌ଟିଏଫ୍‌ ଏବଂ କୋବ୍ରା ବାହିନୀର ମିଳିତ ଅପରେସନ ବେଳେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ମାଓ କ୍ୟାମ୍ପ ଧ୍ୱଂସ ସହିତ ୪-୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।

ଆହତ ହୋଇଥିବା ୧୪ଜଣ ସୁରକ୍ଷାକର୍ମୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟରରେ ସାମିଲ ୧୩ ଜଣ ସୁରକ୍ଷା କର୍ମଚାରୀ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ସକାଳୁ ଘଟଣାସ୍ଥଳକୁ ଅଧିକ ସୁରକ୍ଷାକର୍ମୀ ଯାଇଛନ୍ତି । ଛତିଶଗଡ଼ ପୋଲିସ ଡିଜି ଡି.ଏମ୍‌. ଅବସ୍ଥିଙ୍କ ସୂଚନା ଅନୁସାରେ, ମାଓନେତ୍ରୀ ମାଣ୍ଡବୀ ହିଡ୍‌ମାଙ୍କ ନେତୃତ୍ବରେ ସାପିଆଇ ମାଓଇଷ୍ଟ ସଂଗଠନର ୩୦୦ ମାଓବାଦୀ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହାର ମୁକାବିଲା ୧୫୦ ଜଣ ସୁରକ୍ଷାକର୍ମୀ କରିଥିଲେ । ଘଟଣା ନେଇ ଅଧିକ ତନାଘନା ଜାରି ରହିଛି ।

Leave a Reply